ବିଜେପିର ସଙ୍ଗଠନ ବୈଠକ ଆଗାମୀ ୧୩ ତାରିଖରେ

ଛତ୍ରପୁର(ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି, ଛତ୍ରପୁର ନିର୍ବାଚନ ମଣ୍ଡଳୀ, ହୁମ୍ମା ମଣ୍ଡଳର ମା ବୁଢ଼ୀ ଠାକୁରାଣୀଙ୍କ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ନେଇ ପ୍ରତି ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି I ସଂଗଠନକୁ ମଜବୁତ କରିବା ପାଇଁ କମିଟି ଗଠନ କରାଯାଇଛି I ଆଗାମୀ ୧୩ ତାରିଖ ଦିନ ହୁମ୍ମା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ କରିବା ପାଇଁ ସ୍ଥିର ହୋଇଛି l ମଣ୍ଡଳ ସଭାପତି ଶ୍ରୀ ଧ୍ରୁବ ଚରଣ ପଲାଈ, ଆବାହକ ଶ୍ରୀ କୀର୍ତ୍ତନ ଦାସ, ରାଜ୍ୟ ସମ୍ପାଦକ ଏସସି ମୋର୍ଚ୍ଚା, ଶ୍ରୀ ପ୍ରଶାନ୍ତ କୁମାର କର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ରାଜ୍ୟ ସମ୍ପାଦକ ଏସସି ମୋର୍ଚ୍ଚା, ଶ୍ରୀ ପ୍ରଶାନ୍ତ କୁମାର ନାୟକ, ରାଜ୍ୟ ଉପସଭାପତି ଓବିସି ମୋର୍ଚ୍ଚା,ଶ୍ରୀ ବିଜୟ କୁମାର ମୁଦୁଲି ରାଜ୍ୟ କାର୍ଯ୍ୟକାରିଣୀ କୃଷକ ମୋର୍ଚ୍ଚା, ଶ୍ରୀ ବସନ୍ତ ବେହେରା ବିଧାନସଭା ସଂଯୋଜକ, ଶ୍ରୀ ଆଲୋକ ମହାନ୍ତି ବିଧାନସଭା ବିସ୍ତାରକ, ଶ୍ରୀମତୀ ରଶ୍ମି ରେଖା ମହାପାତ୍ର ଉପସଭାପତି ଗଞ୍ଜାମ ଜିଲ୍ଲା, ଶ୍ରୀ ଲଷ୍ମୀ ଚରଣ ପଣ୍ଡା ସମ୍ପାଦକ ଗଞ୍ଜାମ, ଶ୍ରୀ ଭୀମସେନ ବେହେରା ସମ୍ପାଦକ ଗଞ୍ଜାମ,ଶ୍ରୀ ପ୍ରଦୀପ ପାଢ଼ୀ ଗଞ୍ଜାମ ଜିଲ୍ଲା ଲିଗାଲ ସେଲ ଆବାହକ,ଶ୍ରୀ ଗୁରୁଚରଣ ରାଉଳ ଗଞ୍ଜାମ ମଣ୍ଡଳ ସଭାପତି, ଶ୍ରୀ ପଦ୍ମ ପରିଡା ଭିକାରିପଲୀ ମଣ୍ଡଳ ସଭାପତି,ଶ୍ରୀ ରମାକାନ୍ତ ନହଜ ନ୍ୟାୟ ସରପଞ୍ଚ,ଶ୍ରୀ ମାନସ ରଞ୍ଜନ ନାହାକ, ଶ୍ରୀ ପ୍ରଭାକର ନାହାକ, ଶ୍ରୀ ରୋହିତ ନାହାକ, ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ : ନିମାଇ ଚରଣ ପଣ୍ଡା