ବିଜେପିର ପ୍ରେସ୍‌ମିଟ୍ : ଯୋଗ୍ୟ କାର୍ଡଧାରିଙ୍କୁୁ ମିଳୁ ରେସନ୍ ସାମଗ୍ରୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ନଛିମପୁର ପଂଚାୟତର କିଛି ରେସନ୍‌କାର୍ଡଧାରୀ କେତେକ ତ୍ରୁଟି ସଂପର୍କରେ ଯୋଗାଣ ନିରିକ୍ଷାକଙ୍କୁ ସାକ୍ଷାତ ଲାଗି ବ୍ଳକକୁ ଯାଇଥିଲେ । କିନ୍ତୁ ଯୋଗାଣ ନିରିକ୍ଷିକା ସେମାନଙ୍କୁ ଅସମ୍ମାନଜନକ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ହୀତାଧିକାରୀମାନେ ରେସନକାର୍ଡ ଗୁଡିକର ତ୍ରୁଟି ସୁଧାରିବାକୁ ସରକାରୀ ନିୟମ ଅନୁଯାୟୀ ପ୍ରତିଦିନ ବ୍ଲକକୁ ଆସୁଛନ୍ତି । କିନ୍ତୁ ସେମ।।ନେ ଅବେହେଳାର ଶୀକାର ହେଉଥିବାର ଆଜି ସମ୍ବାଦଦାତା ସମ୍ମିଳନୀରେ କହିଛନ୍ତି । କୋଭିଡ୍ ସମୟରେ କେନ୍ଦ୍ର ସରକାର ଯୋଗାଉଥିବା ରେସନ୍ ସାମଗ୍ରୀରେ କମ୍ ହେଉଥିବା ଅଭିଯୋଗ ହୋଇଛି । ଏଥିନେଇ ଉପସ୍ଥିତ ଲୋକେ ୧୩ତାରିଖରେ ନିରିକ୍ଷାକଙ୍କ ସହ ଯୁୁକ୍ତିତର୍କ ହୋଇଥିବା ବେଳେ ବ୍ଳକର ଉପାଧ୍ୟକ୍ଷ ଏଥିନେଇ ଅଭିଯୋଗକାରୀଙ୍କୁ ଫୋନ୍‌ରେ କେତେକ ଅଶାଳୀନ ମନ୍ତବ୍ୟ ଦେଇଥିବା ବିଜେପି ପକ୍ଷରୁୁ ସାମ୍ବାଦିକ ସମ୍ମିଳନୀରେ କୁୁହାଯାଇଛି । ଏସବୁ ଘଟଣାର ତଦନ୍ତ, କାର୍ଯ୍ୟନୁଷ୍ଠାନ ୧୫ ଦିନ ମଧ୍ୟରେ ନ ହେଲେ ବ୍ଲକ ଘେରାଓ ହେବ ବୋଲି ୯ ନଂ ମଣ୍ଡଳ ସଭାପତି ତପନ ବିଶ୍ୱାଳ, ୮ନଂ ମଣ୍ଡଳ ସଭାପତି ପ୍ରଣବ ପଣ୍ଡା, ୭ନଂ ମଣ୍ଡଳ ସଭାପତି ମନୋଜ ସାସମଲ. ଯୁବ ସଭାପତି ଦେବକୁୁମାର ଦତ୍ତ, ବିଜୟ କୁମାର ଜେନା, ପ୍ରବୀର ଦାସ, ଅରୁଣ ଜେନା, ଅଚ୍ୟୁତ ମହାନ୍ତିି, ରିଙ୍କୁ ପାତ୍ର, ସୁମିତ୍ରା ଦତ୍ତ ପ୍ରମୁଖ ସମ୍ବାଦଦାତା ସମ୍ମିଳନୀରେ କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା