ବିଜେପିର ଟାଙ୍ଗଣାପଲ୍ଲୀ ଓ କଣମଣା ମଣ୍ଡଳରେ ସଭାପତି ପରିବର୍ତ୍ତନ…

ଛତ୍ରପୁର:ଶ୍ରୀ ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାପତିଙ୍କ ନେତୃତ୍ଵରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଗଞ୍ଜାମ ଏନଏସି, ଟାଙ୍ଗଣାପଲ୍ଲୀ ଓ କଣମଣା ମଣ୍ଡଳ ର ସଭାପତି ପରିବର୍ତ୍ତନ କରିଛନ୍ତି l ଗଞ୍ଜାମ ଏନଏସି ର ଶ୍ରୀ ଗୁରୁ ଚରଣ ରାଉଳ, ଟାଙ୍ଗଣାପଲ୍ଲୀ ର ଶ୍ରୀ ସମ୍ପଦ ନାହକ ଓ କଣମଣା ମଣ୍ଡଳ ର ଶ୍ରୀ ଏନ୍ ଦୀନବନ୍ଧୁ ନୂତନ ସଭାପତି ଭାବେ ଘୋଷଣା କରିଛନ୍ତି l ଏଥିରେ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ବିଭୁତି ଭୂଷଣ ଜେନା, ମଣ୍ଡଳ ସଭାପତି ଶ୍ରୀ ସଞ୍ଜିତ୍ ରାଉଳ, ବ୍ରହ୍ମପୁର ଲୋକସଭା Co-Ordinater ଡା ସୁଭାଷ ସାହୁ, ଛତ୍ରପୁର ବିଧାନସଭା Co-ordinater ଶ୍ରୀ ବସନ୍ତ ବେହେରା, ରାଜ୍ୟ ହରିଜନ ମୋର୍ଚ୍ଚା ଉପ ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା ସମ୍ପାଦକ ଶ୍ରୀ ଲକ୍ଷ୍ମୀନାରାୟଣ ପଣ୍ଡା, ଜିଲ୍ଲା ଓବିସି ମୋର୍ଚ୍ଚା ସମ୍ପାଦକ ଶ୍ରୀ ବି. ଶଙ୍କର ରେଡ୍ଡୀ, ଜିଲ୍ଲା ଓବିସି ମୋର୍ଚ୍ଚା ଉପ ସଭାପତି ଶ୍ରୀ କେ. ଚନ୍ଦ୍ର ଶେଖର ରେଡ୍ଡୀ, ଟାଙ୍ଗଣାପଲ୍ଲୀ ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ ଅର୍ଜୁନ ବେହେରା ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

ରିପୋର୍ଟ: ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା