ବିଜେଡି ସରକାର ବିରୋଧରେ ବ୍ରହ୍ମପୁରରେ ବିଜେପିର ବୈଠକ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟାରେ ସ୍ଥାନୀୟ ଗିରିଜା ଛକ ସ୍ଥିତ ହୋଟେଲ୍ ମୟୁରୀ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ମହାନଗର ନିଗମରେ ହେଉଥିବା ଦୁର୍ନୀତି, ପିସି କାରବାର, ରାଜକୋଷ ଲୁଣ୍ଠନ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସନ୍ତା ୨୯ ତାରିଖ ବୁଧବାର ଦିନ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରାଯିବାକୁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାସହ ବିଏମସି ରେ ଦୀର୍ଘ ବର୍ଷ ଧରି ଅବସ୍ଥାପିତ ଥିବା କିଛି ଲାଞ୍ଚୁଆ ମିଛୁଆ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ମାନେ ରାଜକୋଷକୁ ଲୁଟୁଛନ୍ତି ତାହା ବିରୁଦ୍ଧରେ ଚଳିତ ମାସ ୨୯ ତାରିଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଇଏମସି ଘେରାଉ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି । ୨୯ ତାରିଖ ବୁଧବାର ଦିନ ବିଜେପି କାର୍ଯ୍ୟକର୍ତ୍ତା ମାନେ ଗାନ୍ଧୀନଗର ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପୁରୁଣା ବସଷ୍ଟାଣ୍ଡ ,ଅନ୍ନପୂର୍ଣ୍ଣା ମାର୍କେଟ,ଗିରିଜା ଛକ ଦେଇ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଠାରେ ପହଞ୍ଚି ଘେରାଉ କରାଯିବାକୁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଜିର ଏହି ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ମନୋଜ ପଟ୍ଟନାୟକ,ରାମ କୁମାର ପାତ୍ର,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି,ସୁଶିଳା ମଲ୍ଲିକ,କର୍ପୋରେଟର ଡ଼ି.କରୁଣାକର,ରଞ୍ଜିତା ବେହେରା,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ,ଆସ୍କା ରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,କମାପଲ୍ଲୀ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ଗାନ୍ଧୀନଗର ମଣ୍ଡଳ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀ,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ସାନ ବଜାର ମଣ୍ଡଳ ସଭାପତି ସରୋଜ ପାତ୍ର,ଗେଟ୍ ବଜାର ମଣ୍ଡଳ ସଭାପତି ଧର୍ମରାଜ ପାଣିଗ୍ରାହୀ, ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି ଅଭିମନ୍ୟୁ ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର,ରବି ରାଓ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା ପାଳ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା,ସୁମନ ସତପଥି, ଆନନ୍ଦ ମାହାଙ୍କୁଡ଼,ବାଙ୍କନିଧି ସେଠୀ,ସରୋଜ ଦାସ,ରାମନାଥ ଗନ୍ତାୟତ,ବିଜୟ ପାତ୍ର,ଡ଼ି.ଅନିଲ ରାଓ,ଗୋବିନ୍ଦ ସାହୁ,‌ଏସ୍.ଶ୍ରୀନିବାସ,କିଶୋର ସାହୁ,ଦେବୁନ୍ ପଟ୍ଟନାୟକ,ମନୋଜ ମହାରଣା,କ୍ରିଷ୍ଣା ସାହୁ,ଆଶିଷ ଦାସ,ପ୍ରଫୁଲ୍ଲ ସାହୁ,ସୁମିତ ପାତ୍ର ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ : ରଜତ ପଟ୍ଟନାୟକ