ବିଜେଡି ମହିଳା ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ରବିବାର ସ୍ଥାନୀୟ ମୂରଲୀ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ସଭାରେ ସମାଜ ଗଠନରେ ମହିଳମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବାରୁ ସେମାନଙ୍କୁ ଆଗକୁ ଆସି କାର୍ଯ୍ୟ କରିବାକୁ ପଡିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଳକ ବିଜୁ ମହିଳା ସଭାପତି ସଞ୍ଚିତା ସେନାପତି, ମହିଳା ନଗର ସଭାପତି ଗୀତାଞ୍ଜଳି ସାମନ୍ତ, ବସ୍ତା ବ୍ଲକ ମହିଳା ସଭାପତି ଲିପିକା ରାଉଳ ମିଳିତଭାବେ ପରିଚାଳନା କରିଥିଲେ । ଏଥିରେ ବିଧାୟକ ଅଶ୍ୱିନୀ ପାତ୍ର, ରାଜ୍ୟ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ସୁବାଶିନୀ ଜେନା, ଜିଲ୍ଲା ମହିଳା ପର୍ଯ୍ୟବେକ୍ଷକ ବାସନ୍ତୀ ମହାପାତ୍ର, ଜିଲ୍ଲା ମହିଳା ସଭାନେତ୍ରୀ ବିନ୍ଦୁବାଳା ନନ୍ଦୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ ପଂଚାୟତ ଓ ମ୍ୟୁନିସିପାଲଟିରୁ ଆସିଥିବା ମହିଳା ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା