ବିଜେଡି ଜିଲ୍ଲା ସମ୍ପାଦକଙ୍କ ପରଲୋକରେ ଶୋକ ସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବିଜେଡି ଜିଲ୍ଲା ସମ୍ପାଦକ ହରେକୃଷ୍ଣ ପ୍ରଧାନଙ୍କ ପରଲୋକ ହୋଇଯାଇଛି । ଏଥିଯୋଗୁଁ ଆଜି ବ୍ରହ୍ମପୁର ବିଜୁ ଜନତା ଦଳର କାର୍ଯ୍ୟାଳୟ ଠାରେ ଶୋକସଭା ଅନୁଷ୍ଠିତ କରାଯାଇଥିଲା । ଏଥିରେ ବିଜୁ ଜନତା ଦଳ ଗଞ୍ଜାମ ଜିଲ୍ଲାର ସଭାପତି ଡ଼ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ବିଜୁ ଜନତା ଦଳର ବହୁ କର୍ମକର୍ତ୍ତାମାନେ ଉପସ୍ଥିତ ହୋଇ ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା