ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ଘଟି ଯାଇଛି । ତାଙ୍କୁ ମୃତ୍ୟୁ ବେଳେ ୬୫ ବର୍ଷ ବୟସ ହୋଇଥିଲା । ସେ ବିଜୁ ଜନତା ଦଳର ବରିଷ୍ଠ ନେତା ରୂପେ ତାଙ୍କର ଯେତିକି ପରିଚୟ ଥିଲା ଜଣେ ମିଷ୍ଟ ଭାଷୀ, ପରୋପକାରୀ ଭାବେ ମଧ୍ୟ ସେତିକି ପରିଚୟ ଥିଲା । ତାଙ୍କର ଅଗଣିତ ସମର୍ଥକ ପ୍ରେମୀ ଓ ଅଞ୍ଚଳବାସିନ୍ଦାଙ୍କ ପାଇଁ ସେ ଏକ ସ୍ମୃତି ହୋଇ ରହିଗଲେ । ପିପିଲିରୁ ୭ଥର ବିଧାୟକ ହୋଇଥିବା ରାଜ୍ୟ ରାଜନୀତିକର ଜଣେ ଚର୍ଚ୍ଚିତ ଓ ଷଷ୍ଠବାଦୀ ନେତା ପ୍ରଦୀପ ମହାରଥୀ । ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଅନ୍ତେଷ୍ଟି କ୍ରିୟା ଶେଷ ହୋଇଛି । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷନଙ୍ଗୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଦଳର ବହୁ ନେତା, ମନ୍ତ୍ରୀ, ବିଧାୟକ ଶୋକବ୍ୟକ୍ତ କରିଛନ୍ତି ।