ବିଜୁ ପକ୍କା ଘର ଯୋଗାଇଦେବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଘର ନାହିଁ କି ଦ୍ୱାର ନାହିଁ l ଶୋଇବାକୁ ପଟି ଖଣ୍ଡେ ବି ନାହିଁ l କାହା ସାହାର୍ଯ୍ୟରେ ଖଣ୍ଡେ ଜରି ମିଳିଥିଲା l ତାକୁ ବିଛାଇ ପାଞ୍ଚ ପ୍ରାଣୀ ରାତିରି ଜାପନ କରୁଛନ୍ତି l ଦିନ ବେଳେ କଷ୍ଟ ପଡି ପୁଞ୍ଜାଏ ଅର୍ଜନ କଲେ ପେଟ ପୋଷଣ ହୋଇଯାଇଛି l ଏହି ଭଳି ପରିବାରକୁ ଯଦି ଗରିବ ବୋଲି କୁହା ନ ଯିବ ମୋଟର ସାଇକେଲରେ ଆସି ରେସନ ନେଉଥିବା ବ୍ୟକ୍ତିକୁ ଗରିବ ବୋଲି କୁହାଯିବ କି ? କହିବାର ତାତ୍ପର୍ଯ୍ୟ ହେଲା ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ବଳଦିଆ ବନ୍ଧ ପଞ୍ଚାୟତ ଅନ୍ତର୍ଗତ ପାଇକ ଦହି ଖୋର ଗ୍ରାମ ହରିଜନ ସାହିର ରଶ୍ମିତା ନାଏକ ସ୍ୱାମୀ ଅନ୍ତର୍ଯ୍ୟାମୀ ନାଏକଙ୍କ ପରିବାରର କଥା କୁହାଯାଉଛି l ରଶ୍ମିତାକୁ ମିଶାଇ ପାଞ୍ଚ ପ୍ରାଣୀ କିଭଳି ଚଳୁଛନ୍ତି, କଣ ଖାଉଛନ୍ତି, କେଉଁଠି ଶୋଉଛନ୍ତି, କେମିତି ଶୋଉଛନ୍ତି ସେ କଥା ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ l ତାଙ୍କୁ ଭଗବାନ ସାହା l ଜିଲ୍ଲାରେ ଅନେକ ଯୋଜନା ଅଛି l କିନ୍ତୁ ତାଙ୍କ ପାଖରେ ପହଞ୍ଚି ପାରୁନାହିଁ l ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲାର ହର୍ତ୍ତାକର୍ତ୍ତା ଦୈବ ବିଧାତା l ସେ ବି କେବେ ଜାଣିବାକୁ ଉଦ୍ୟମ କରି ନାହାନ୍ତି l କିନ୍ତୁ ରଶ୍ମିତା ଗରିବ ହେଲେ ବି ସ୍ୱାଭିମାନକୁ ହରାଇ ନାହିଁ l ସେ ବିଡ଼ିଓ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଖଣ୍ଡିଏ ବାସ ଗୃହ ପାଇଁ ସମସ୍ତଙ୍କୁ ନେହୁରା ହୋଇଛି l ମିଳି ନ ଥିବାରୁ ଚଟାଣରେ ପାଞ୍ଚ ପ୍ରାଣୀ ଶୋଉଛନ୍ତି l ସରକାର କହୁଛନ୍ତି ଗରିବଙ୍କ ପାଇଁ ବିଜୁ ପକ୍କା ଘର ଯୋଗାଇ ଦିଆଯାଉଛି l କିନ୍ତୁ କହି ? ବିଜୁ ପକ୍କା ଘର ଯୋଜନାଟି ସେମାନଙ୍କ ପାଇଁ ସାତ ସପନ ହୋଇଯାଇଛି l ସେମାନଙ୍କ ଅବସ୍ଥା ଦେଖିଲେ ଅସହ୍ୟ ହୁଏ l ଏହି ଖବରକୁ ବିଚାର କରି ଜିଲ୍ଲାପାଳ ସଦୟ ହୋଇ ସେହି ଗରିବ ପରିବାରଟିକୁ ବିଜୁ ପକ୍କା ଘର ଯୋଜନାରେ ଏକ ଘର ଯୋଗାଇ ଦେଲେ ସେମାନେ ବହୁତ ଉପକାର ହୋଇଥାନ୍ତେ ଓ ଜିଲ୍ଲାପାଳଙ୍କର ଧର୍ମ ହୋଇଥାନ୍ତା ବୋଲି ବୁଦ୍ଧିଜୀବୀ ମହଲ ଦାବୀ କରିଛନ୍ତି l

ରିପୋର୍ଟ : ଶୁଭମ ପାଣି