ବିଜୁ ଜନତା ଦଳର ଦଳୀୟ ପଦାଧିକାରୀ ସ୍ତରରେ ଅଦଳବଦଳ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ଦଳୀୟ ପଦାଧିକାରୀ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ଏଥିରେ ଗଞ୍ଜାମର ଟାଣୁଆ ନେତା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଉପସଭାପତି ଭାବେ ନିଯୁକ୍ତି, ଦଳର ଉପସଭାପତି ବିମ୍ବାଧର କୁଅଁରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନଚାର୍ଜ ଭାବେ ନିଯୁକ୍ତି,
ସେହିପରି ବିକ୍ରମ ପଣ୍ଡାଙ୍କୁ ଦଳର ସାଧାରଣ ସମ୍ପାଦକ ଏବଂ ସସ୍ମିତ ପାତ୍ରଙ୍କୁ ସମ୍ପାଦକ (ସଂଖ୍ୟାଲଘୁ ବ୍ୟାପାର) ଭାବେ ନିଯୁକ୍ତି, ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଛି । ଏହା ସହ ଦେବାଶିଷ ସାମନ୍ତରାୟଙ୍କୁ ଦଳର ସାଧାରଣ ସମ୍ପାଦକ ପଦରୁ ଅବ୍ୟାହତି ଦିଆଯାଇଛି । ସେହିପରି ଅଶୋକ ବଳ, ସଂଗ୍ରାମ କେଶରୀ ପାଇକରାୟ, ପ୍ରମୋଦ ସାହୁ, ଆଶିଷ ଚକ୍ରବର୍ତ୍ତୀ, ରବି ସାମଲ, ତପନ ଦାସ ଓ ଟି.ପ୍ରସାଦ ରାଓ ଦୋରାଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ଏନେଇ ଦଳର ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା