ବାସ୍ତୁଶାସ୍ତ୍ରର କିଛି ଭୁଲ ଦ୍ୱାରା ଘରେ ଝଗଡା ହୋଇଥାଏ

ଜ୍ୟୋତିଷଶାସ୍ତ୍ରରେ ବାସ୍ତୁର ବିଶେଷ ମହତ୍ତ୍ୱ ରହିଛି। ବାସ୍ତୁର କିଛି ଉପାୟ ଦ୍ୱାରା ନିଜ ବ୍ୟକ୍ତିଗତ ଜୀବନରେ ଥିବା ଅନେକ ଅସୁବିଧାକୁ ଦୂର କରିପାରିବା। ବାସ୍ତୁର ବିଶେଷ ଉପାୟ ଦ୍ୱାରା ଅନେକ ମାତ୍ରାରେ ଅସୁବିଧା ଠାରୁ ରକ୍ଷା ପାଇ ପାରିବା।

ବାସ୍ତୁରେ ଐଶାନ୍ୟ କୋଣକୁ ବିଶେଷ ମହତ୍ତ୍ୱ ଦିଆଯାଇଛି। ଏହି ଦିଗକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ଘରର ଐଶାନ୍ୟ କୋଣକୁ କେବେ ବି ଉଚ୍ଚା କରନ୍ତୁ ନାହିଁ। ଘରର ଏହି ଦିଗରେ ଦୋଷ ସୃଷ୍ଟି ହେବା ଦ୍ୱାରା ବାପା ଓ ପୁଅଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ।
ଘରର ଉତ୍ତର-ପୂର୍ବ କୋଣରେ ଷ୍ଟୋର ରୁମ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ହୋଇଥାଏ।
ବାସ୍ତୁ ଅନୁସାରେ ଘରର ଉତ୍ତର-ପୂର୍ବ ଦିଗରେ ରୋଷେଇ ଘର ଏବଂ ଶୌଚାଳୟ କରନ୍ତୁ ନାହିଁ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ସର୍ବଦା ବିଚ୍ଛେଦ ହୋଇଥାଏ।
ଐଶାନ୍ୟ କୋଣରେ କୌଣସି ବିଦ୍ୟୁତ ଉପକରଣ ରଖନ୍ତୁ ନାହିଁ। ଏହାଦ୍ୱାରା ବାପା ଓ ପୁଅଙ୍କ ମଧ୍ୟରେ କଳହ ହୋଇଥାଏ। ଘରର ଉତ୍ତର-ପୂର୍ବ ଦିଗରେ ବିଦ୍ୟୁତ ଉପକରଣ ରଖିପାରିବେ।
ବାସ୍ତୁ ଅନୁସାରେ ଘରର ଉତ୍ତର-ପୂର୍ବ ଦିଗରେ ଅଳିଆ ଆବର୍ଜନା କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ପରିବାର ସଦସ୍ୟଙ୍କ ଦେହ ଖରାପ ହୋଇଥାଏ।