ବାଲିଆପାଳରେ ୧୭୨ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ…

ଜଳେଶ୍ଵର/ବାଲିଆପାଳ (ସମୃଦ୍ଧ ଓଡିଶା) ବସ୍ତା ନିର୍ବାଚନ ମଣ୍ଡଳୀର ବିଧାୟକ ନିତ୍ୟାନନ୍ଦ ସାହୁ ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ପଞ୍ଚାୟତର କୁଦମାନସିଂ ଗ୍ରାମରେ  ୧୭୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା  ମେଗା ପାନୀୟଜଳ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବା ସହିତ ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଲେ ବାଲିଆପାଳ ବ୍ଲକରେ ୨୧ଟି ପଞ୍ଚାୟତର ୧୪୪ଟି ଗ୍ରାମର ଗ୍ରାମବାସୀ ଉପକୃତ ହେବେ । ଉକ୍ତ ମେଗା ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନରେ ଆରଡବ୍ଲୁଏସଏସର ଏସଡିଓ ଶେଷନାଗ ପ୍ରଧାନ, ଜେଇ ସଞ୍ଜୟ କୁମାର ନାୟକ ଓ ପଙ୍କଜ କୁମାର ତ୍ରିପାଠୀ ଉପସ୍ଥିତ ଥିବା ବେଳେ ୨୧ ନମ୍ୱର ଜୋନର ଜିଲ୍ଲାପରିଷଦ ସଦସ୍ୟ ରବୀନ୍ଦ୍ର ନାଥ ଅଣ୍ଡିଆ, ବିଜେଡ଼ିର ବରିଷ୍ଠ ନେତା ବଳରାମ ସାହୁ, ୨୩ ନମ୍ୱର୍ ଜୁନର ଜିଲ୍ଲା ପରିଷଦ ସଦସ୍ୟା କସ୍ତୁରୀ ବଳା ପାତ୍ର, ପୂର୍ବତନ ବିଜେଡ଼ି ବ୍ଲକ ସଭାପତି ଚକ୍ରଧର ଗିରି, ବିଜେଡ଼ି ଯୁବ ନେତା ହେମନ୍ତ ଦାସ, ବାଲିଆପାଳ ହରିଜନ ସେଲ୍ ସଭାପତି ମହେଶ୍ୱର ଜେନା, ବ୍ଲକ ଯୁବ ସଭାପତି ସଞ୍ଜୟ ପ୍ରଧାନ,୨୪ ନମ୍ୱର ଜୁନ୍  ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରତିନିଧି ବିମଳ ସାହୁ, ନିଶାକର ସେଠୀ, ଅଜୟ ପାତ୍ର, ସହିତ କୁଦମାନସିଂ ଗ୍ରାମର ଶହ ଶହ ମହିଳା ପୁରୁଷ ଉପସ୍ଥିତ ଥିଲେ । ସେହିପରି ବିଧାୟକ ଶ୍ରୀ ସାହୁ ବାଲିଆପାଳ ବ୍ଲକର ଅସ୍ତି ପଂଚାୟତର ରାଜୀବ ସେବା ଗୃହ, ମିଶନ ଶକ୍ତି ଗୃହ, ଯୁବ ବିକାଶ ଗୃହ ଏବଂ କୁମ୍ଭାରି ପଞ୍ଚାୟତରେ ଯୁବ ବିକାଶ ଗୃହକୁ ଉଦଘାଟନ କରିଥିଲେ । ଅସ୍ତି ପଞ୍ଚାୟତର ସରପଞ୍ଚ ଶାନ୍ତନୁ ଭଦ୍ର, ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ଶରତ ପ୍ରଧାନ, ବିଜେଡ଼ି ଯୁବ ନେତା ଭୁବନ ଜେନାଙ୍କ ସହିତ ଅସ୍ତି ପଞ୍ଚାୟତବାସୀ ଅସ୍ତି ପଞ୍ଚାୟତରେ ଉଦଘାଟନରେ ସାମିଲ ଥିବାବେଳେ କୁମ୍ଭାରି ପଞ୍ଚାୟତରେ ବିଜେଡ଼ି ପଞ୍ଚାୟତ ସଭାପତି ରାଧାକୃଷ୍ଣ ଦାସ, କୁମ୍ଭାରି ସରପଞ୍ଚ ଜୟନାରାୟଣ ମହାପାତ୍ରଙ୍କ ସହିତ ବହୁ ପଞ୍ଚାୟତ ବାସି କାର୍ଯ୍ୟକ୍ରମରେ ସାମିଲ ଥିଲେ ।
ରିପୋର୍ଟ : ଭୂପତି ପରିଡା