ବାଲିଆପାଳରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା…

ଜଳେଶ୍ଵର/ବାଲିଆପାଳ (ସମୃଦ୍ଧ ଓଡିଶା) ବାଲିଆପାଳ ବ୍ଲକ ସିମୁଳିଆ ବଜାର ନିକଟସ୍ଥ ମଣ୍ଡଳ ପରିବାର ପରିସରରେ ରବିବାର ବରିଷ୍ଠ ନାଗରିକ ପରିଷଦ ଏବଂ ମେଡିକାଲ୍ କ୍ରିୟାନୁଷ୍ଠାନ କମିଟି ବାଲିଆପାଳ ଶାଖା ପକ୍ଷରୁ କୋଭିଡ -୧୯ର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହିତ ସ୍ଥାୟୀ ନିଯୁକ୍ତି ଦାବି ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଅବସର ପ୍ରାପ୍ତ ପ୍ରାଧ୍ୟାପକ କୁଞ୍ଜକାନ୍ତ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ସେନା କର୍ମଚାରୀ କମଳଲୋଚନ ପିଳା, ମୁଖ୍ୟ ବକ୍ତା ଭାବରେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସାହୁ, ସମ୍ମାନିତ ଅତିଥିଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତଥା ଅବସର ପ୍ରାପ୍ତ ଶିକ୍ଷକ ଝାଡେଶ୍ୱର ପ୍ରଧାନ ଯୋଗ ଦେଇଥିଲେ । ମହାମାରୀ କାରୋନା ସମୟରେ ନିଜ ଜୀବନ ପ୍ରତି ମୋହ ମାୟା ନରଖି ନିଷ୍ଠାପର ଭାବରେ କରୋନା ଯୋଦ୍ଧା ଭାବରେ ନିରନ୍ତର ସେବା କରି ଆସୁଥିଲେ ସେମାନେ । ସ୍ୱଳ୍ପ ଦରମାରେ ତିନି ମାସିଆ କୁକ୍ତି ଭିତିରେ ଫାର୍ମାସିଷ୍ଟ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନେ କାର୍ଯ୍ୟରେ ଯୋଗ ଦେଇ ନିରନ୍ତର ସେବା ଯୋଗାଇ ଆସୁଥିଲେ । କାର୍ଯ୍ୟରେ କେବେ ହେଲେ ସେମାନେ ଅବହେଳା କରୁ ନ ଥିଲେ । ସେଥିପାଇଁ ସରକାର ସେମାନଙ୍କୁ ସ୍ଥାୟୀ ନିଯିକ୍ତି ଦେବାର ଆବଶ୍ୟକା ରହିଛି ବୋଲି ଉପସ୍ଥିତ ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ମେଡିକାଲ୍ କ୍ରିୟାନୁଷ୍ଠାନ୍ କମିଟି ବାଲିଆପାଳ ଶାଖାର ସମ୍ପାଦକ ତଥା ବରିଷ୍ଠ ନାଗରିକ ପରିଷଦର ସଦସ୍ୟ ସନ୍ୟାସୀ ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ସୂଚନା ପ୍ରଦାନ କରିଥିଲେ । କରୋନା ଯୋଦ୍ଧା ଅରବିନ୍ଦ ପାଳ, ରାନୁ ଘଡାଇ, ପ୍ରିତି ପଦ୍ମା ଜେନା, ନନ୍ଦିତା ପଣ୍ଡା, ନିଳିମାରାଣୀ ଦାସ, ସରୋଜ ମହାନ୍ତି, ଉତ୍ତମ ମହାନ୍ତି, ରାଜୀବ ଲୋଚନ ଚୌଧୁରୀ, ରାଜୀବ ଲୋଚନ ଭୂୟାଁ, ଆଦିତ୍ୟ ବାଗ, ଚନ୍ଦନ କୁମାର ପାତ୍ର, ସିଦ୍ଧାର୍ଥ ଶଙ୍କର ପାତ୍ର, ରମେଶ ଚନ୍ଦ୍ର ଦାସ, ଆର ଏନ ଚୋଧୁରୀ ପ୍ରମୁଖଙ୍କୁ ମାନପତ୍ର ଓ ଶାଲ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ନାଗରିକ ପରିଷଦର ସଦସ୍ୟ ଶ୍ରୀହରି ମଣ୍ଡଳ ଧନ୍ୟବାଦ ପ୍ରଦାନ କରିଥିଲେ ।