ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ ସାମଗ୍ରୀ ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ବାତ୍ୟା ୟାସ୍‌ର ପ୍ରଭାବରେ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଣୁ କ୍ଷତିଗସ୍ତ ଅଞ୍ଚଳର ଲୋକଙ୍କୁ ରିଲିଫ ସାମଗ୍ରୀ ପ୍ରଦାନ କରିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ପ୍ରଭାବିତ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାକୁ ରିଲିଫ୍ ସାମଗ୍ରୀ ପଠାଯିବାକୁ ସ୍ଥିର କରାଯାଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମ ପର୍ଯ୍ୟାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ୱର ଜିଲ୍ଲାକୁ ଚାଉଳ, ଡାଲି ସମେତ ଶୁଖିଲା ଖାଦ୍ୟ ଏବଂ ବିସ୍କୁଟ ଓ ପାଣି ବୋତଲ ସହିତ ବିଭିନ୍ନ ସାମଗ୍ରୀ ୧୦ଟି ଗାଡିରେ ଏହି ରିଲିଫ୍ ସାମଗ୍ରୀ ପଠାଯାଇଥିବା ଜଣାପଡିଛି । ଏହି ରିଲିଫ୍ ଗାଡିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ବିଏମ୍‌ସି କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ବ୍ରହ୍ମପୁର ଉପଜିଲ୍ଲାପାଳ ୱ.କୀର୍ତ୍ତିଭାଷନ ଭି, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।