ବାତ୍ୟାରେ କ୍ଷତିଗ୍ରସ୍ତଙ୍କ ପାଇଁ ଗଞ୍ଜାମ ତହସିଲ ପକ୍ଷରୁ୨ ଲକ୍ଷ ୨୦ ହଜାର ଟଙ୍କାର ସହାୟତା…

ଛତ୍ରପୁର (ସମୃଦ୍ଧ ଓଡିଶା) ଫନି ବାତ୍ୟାରେ କ୍ଷତିଗ୍ରସ୍ତଙ୍କ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଓ ଗଞ୍ଜାମ ତହସିଲଦାର ତଥା ଏକ୍ସ-ଅଫିସିଓ ସବରେଜିଷ୍ଟ୍ରାର ଅବନୀ କୁମାର ସାହୁଙ୍କ ପ୍ରଚେଷ୍ଠାରେ ଉଭୟ କାର୍ଯ୍ୟାଳୟର କର୍ମଚାରୀଙ୍କ ସହଯୋଗରେ ସହାୟତା ରାଶି ସଂଗ୍ରହ କରାଯାଇଛି । ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନମାନଙ୍କ ଠାରୁ ୨ ଲକ୍ଷ ୨୦ ହଜାର ଟଙ୍କାର ସହାୟତା ରାଶି ସଂଗ୍ରହ କରାଯାଇଥିଲା । ଏହି ସହାୟତା ରାଶିକୁ ଗତ ଶୁକ୍ରବାର ଦିନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭେଟି ପ୍ରଦାନ କରାଯାଇଛି । ଏହି ରାଶି ପ୍ରଦାନ ସମୟରେ ଡ଼ିଆରଡ଼ିଏ ଏପିଡ଼ି ଦେବବ୍ରତ ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା