ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ

ଭୁବନେଶ୍ୱର – ଚଳିତ ବର୍ଷ କଲେଜ ଛାତ୍ର ସଂସଦ ନିର୍ବାଚନ ଆସନ୍ତା ଅକ୍ଟୋବର ୧୧ ତାରିଖରେ ଅନୁଷ୍ଠିତ ହେବ । ଏ ନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ତେବେ ଅକ୍ଟୋବର  ପହିଲାରେ ସମ୍ପୃକ୍ତ କଲେଜ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇବ ।  ଅକ୍ଟୋବର ୩ ତାରିଖରେ ନାମାଙ୍କନପତ୍ର ଦାଖଲ ଓ ଯାଂଚ , ଅକ୍ଟୋବର ୪ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ।  ଅକ୍ଟୋବର ୧୦ ତାରିଖରେ  ‘ମୁଁ କାହିଁକି ପ୍ରାର୍ଥୀ ହେଲି’ ସଭା କାର୍ଯ୍ୟକ୍ରମ ଓ ଅକ୍ଟୋବର ୧୧ ତାରିଖ ସକାଳ ୮ ଟା ରୁ ୨ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।  ସେହିଦିନ ଅପରାହ୍ନରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା ଓ ଅକ୍ଟୋବର ୧୨ ତାରିଖରେ ନିର୍ବାଚିତ ପ୍ରାର୍ଥୀଙ୍କ ଶପଥ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।