ବାଜପେୟୀ, ନେହରୁ ଓ ଇନ୍ଦିରାଙ୍କୁ ପଛରେ ପକାଇ ନରେନ୍ଦ୍ର ମୋଦି ହେଲେ ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ: ସର୍ଭେ

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ। ଏକଥା କହିଛନ୍ତି ଦେଶର ସଂଖ୍ୟାଧିକ ମତଦାତା। ଜାତୀୟ ସ୍ତରର ସମ୍ବାଦ ପତ୍ରିକା ‘ଇଣ୍ଡିଆ ଟୁଡେ’ ପକ୍ଷରୁ ମୁଡ୍‌ ଅଫ୍‌ ଦ ନେସନ୍‌ (ଏମ୍‌ଓଟଟିଏନ୍‌) ଶୀର୍ଷକ ଆଧାରରେ ଗତ ଜୁଲାଇ ମାସରେ କରା ଯାଇଥିବା ଏକ ସର୍ଭେର ଫଳାଫଳରୁ ଏହି ତଥ୍ୟ ସାମନାକୁ ଆସିଛି।ଏହି ସର୍ଭେରେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୨୬ ପ୍ରତିଶତ ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହିଥିବା ବେଳେ ୨୦ ପ୍ରତିଶତ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି ଦର୍ଶାଇଥିଲେ। ସେହିପରି ୧୨ ପ୍ରତିଶତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହିଥିବା ବେଳେ ୧୦ ପ୍ରତିଶତ ନେହରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି।