ବାଘାଯତୀନ୍ ସଙ୍ଗଠନର ନୂତନ କାର୍ଯ୍ୟାଳୟ ଫୁଲାଡ଼ିଠାରେ ଉଦଘାଟିତ…

ଜଳେଶ୍ଵର/ବାଲେଶ୍ଵର (ସମୃଦ୍ଧ ଓଡିଶା) ଆଜି ବାଘାଯତିନ ସଂଗଠନ, ବାଲେଶ୍ଵର ଫୁଲାଡ଼ି ଠାରେ ତାର କାର୍ୟାଳୟ ଉଦଘାଟନ ହୋଇ ଯାଇଛି । ଏହି ଅବସରରେ ସଙ୍ଗଠନ ପକ୍ଷରୁ ଏକ ସାଧାରଣ ସଭାର ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଦହପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ସୃଷ୍ଟିଧର ଦାସ, ମୁଖ୍ୟ ବକ୍ତା ସରପଞ୍ଚ ସର୍ବେଷ୍ୱର ଭାଇ, ମୁଖ୍ୟ ଅତିଥି ମହେଶ ଭାଇ ଏବଂ ବାବାଜୀ ନନା ପ୍ରମୁଖ ଉପସ୍ଥିତ ଥିଲେ । ସଭା କାର୍ଯ୍ୟଟି ସଙ୍ଗଠନର ସଭାପତି ଗଣେଶ୍ଵର ଜେନାଙ୍କ ନେତୃତ୍ଵରେ ହୋଇଥିଲା । ଏହି ସଭାରେ ସହ-ସମ୍ପାଦକ ଦୀପନ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସେବା ସଂଗଠନର ସଭାପତି କମଳ ଲୋଚନ ପଣ୍ଡା ସଭା ପରିଚାଳନା କରିଥିଲେ । ପ୍ରଥମେ ଅତିଥିମାନଙ୍କ ଦ୍ଵାରା କାର୍ଯ୍ୟାଳୟ ଉଦଘାଟନ ହୋଇଥିଲା, ତା’ପରେ ଶହୀଦ୍ ବାଘାଯତୀନଙ୍କ ପ୍ରତିଛବି ସମ୍ମୁଖରେ ଦୀପ ପ୍ରଜ୍ଜଳନ କରାଯାଇଥିଲା । ଅତିଥି ମାନେ ସଙ୍ଗଠନ କିପରି ଆଗକୁ ଭଲ କାମ କରିବ ସେ ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ସଭାରେ ସମାଜସେବୀ ତଥା ଶିକ୍ଷକ ହେମନ୍ତ କୁମାର ଜେନା, ବ୍ରଜବନ୍ଧୁ ଭାଇ, ବ୍ରଜକିଶୋର ବାରିକ, ସବିତା ସ୍ୱାଇଁ, ସୁସ୍ମିତା ଖଟୁଆ, ବିକାଶ, ସସ୍ମିତା ସାମଲ, ଜ୍ୟୋତିର୍ମୟୀ ରଣା, ରାକେଶ ଜେନା ପ୍ରଧାନ,ଇତିଶ୍ରୀ ଦାସ, ବାସନ୍ତୀ ସାମଲ, ପ୍ରଭାତୀ ବାରିକ୍, ମୋହନ ଜେନା,ବିକାଶ କୁମାର ଜେନା, ବିଶ୍ୱରଞ୍ଜନ ନାୟକ, ସୁରେଶ, ଚନ୍ଦନ ଅନ୍ଯ ସଦସ୍ୟମାନେ ଉପସ୍ଥିତ ଥିଲେ ।