ବାଇପାସ୍‍ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦାବି ଯୁବ ବିକାଶ ପରିଷଦ ପକ୍ଷରୁ ଧାରଣା…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ସହରରେ କ୍ରମବଦ୍ଧିଷ୍ଣୁ ଟ୍ରାଫିକ ବଢୁଥିବାବେଳେ ପ୍ରସ୍ତାବିତ ବାଇପାସ ରୋଡ ନିର୍ମାଣ ବିଳମ୍ବ ଘଟୁଥିବାରୁ ଆଜି ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଛି । ସଂଘ ପକ୍ଷରୁ ଉକ୍ତ ବାଇପାସ ତୁରନ୍ତ ନିର୍ମାଣ ଦାବିରେ ସହରସ୍ଥିତ ପୂର୍ତ୍ତି ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଓ ଦାବିପତ୍ର ପ୍ରଦାନ କରାଯାଇଛି । ସହରରେ ବଢୁଥିବା ଟ୍ରାଫିକ ସମସ୍ୟା ଓ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ପୂର୍ତ୍ତ ବିଭାଗ ପକ୍ଷରୁ ହୋଟଲେ ସାଇ ଇଣ୍ଟରନ୍ୟାସନାଲ ଛକଠାରୁ କଟଲାଗୁଡା, ପିତାମହଲ ପର୍ଯ୍ୟନ୍ତ ଏକ ବାଇପାସ ରାସ୍ତା ନିର୍ମାଣ ନିମନ୍ତେ ଟେଣ୍ଡର ଡକାଯାଇଥିଲା । ତେବେ ଉକ୍ତ ଟେଣ୍ଡର ପ୍ରକ୍ରିୟା ଏକବର୍ଷ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ଯାଏଁ ରାସ୍ତା ନିର୍ମାଣ ଶେଷ ହୋଇନାହଁ । ଉକ୍ତ ବାଇପାସ ରାସ୍ତା ସିରିଗୁଡାଠାରୁ ପିତାମହଲ ଯାଏଁ ନିର୍ମାଣ କାର୍ଯ୍ୟକୁ ନେଇ ଠିକାଦାରଙ୍କ ବିରୋଧରେ ନ୍ୟାୟାଳୟରେ ମାମଲା ରହିଥିବାରୁ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଘଟୁ ନାହିଁ । ତେଣୁ ଏ ନେଇ ଜିଲ୍ଲା ବିକାଶ ପରିଷଦ ସଭାପତି ଶିବାଜୀ ଦାସଙ୍କ ନେତୃତ୍ୱରେ ସଂଘ କମକର୍ତ୍ତା ସ୍ଥାନୀୟ ପୂର୍ତ୍ତି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏଥିସହ ପୂର୍ତ୍ତି ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏମ ଆର ତ୍ରିପାଠୀଙ୍କୁ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯଦି ଏପ୍ରିଲ ମାସ ୧୫ ତାରିଖ ସୁଦ୍ଧା ବାଇପାସ ରାସ୍ତା କାମ ନିର୍ମାଣ ନ ହୁଏ ତେବେ ଆନ୍ଦୋଳନ ଆହୁରି ତୀବ୍ରତର କରିବାକୁ ଶ୍ରୀ ଦାଶ ଚେତବନୀ ଦେଇଛନ୍ତି ।

ରିପୋର୍ଟ : ତୁଷାର ରଂଜନ ସାହୁ