ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ…

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ଥାନା ଅନ୍ତର୍ଗତ ଝୋଲାରୀ ବଡପଦା ପଙ୍କଜ ପଲ୍ଲୀ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଅକ୍ଟୋବର ୨୫ ତାରିଖ ଦିନ ଆସିକା-କରସିଙ୍ଗି ରାସ୍ତାର ଝୋଲାରୀ ଓ ପଙ୍କଳବାଡ଼ି ମଧ୍ୟରେ ଥିବା ପଙ୍କଜ ପଲ୍ଲୀ ନିକଟରେ ବାଇକ ଚାଳକ ଜଣକ ଭାରସାମ୍ୟ ହରାଇ ରାସ୍ତା କଡର ଏକ ଗୃହର ପାହାଚକୁ ଧକା ଦେଇ ତଳେ ପଡି ଘଟଣା ସ୍ଥଳରେହିଁ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ କେନ୍ଦୁବାଡ଼ି ଗ୍ରାମର ନୀଳ ଭୂୟାଁ (୫୧) ବୋଲି ଜଣାପଡିଛି । ବୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି ।
ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା