ବହୁ ଛାତ୍ରଛାତ୍ରୀ ଫାଇଲେରିଆ ମାତ୍ରା ଖାଇ ଅସୁସ୍ଥ…

ପାତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ବୁରୁପଡା ପ୍ରାଥମିକ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଫାଇଲେରିଆ ମାତ୍ରା ଖାଇ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଅସୁସ୍ଥ ଥିବା ଛାତ୍ରଛାତ୍ରୀଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଥିବା ଜଣାପଡିଛି । ସୂଚନା ଅନୁଯାଇ ଗତ ସୋମବାର ଦିନ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ପ୍ରାୟ ୧୦୦ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପରେ ଫାଇଲେରିଆ ବଟିକା ଖାଇବାକୁ ଦେଇଥିଲେ । ଏହାପରେ ଅପରାହ୍ନରେ ବିଦ୍ୟାଳୟ ଛୁଟି ହୋଇଥିଲା ସମସ୍ତେ ନିଜ ନିଜ ଘରକୁ ଫେରି ଯାଇଥିଲେ । ସନ୍ଧ୍ୟାରେ କେତେଜଣ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ଏହାପରେ ଅଭିଭାବକମାନେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ । ସମସ୍ତ ଛାତ୍ରଛାତ୍ରୀ ଚିକିତ୍ସିତ ହୋଇ ସୁସ୍ଥରେ ଘରକୁ ଫେରିଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା