ବସୁଧା ମେଗା ପ୍ରକଳ୍ନର ନିମ୍ନମାନ କାର୍ଯ୍ୟର ତଦନ୍ତ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୨୦୨୨ ମସିହା ସୁଦ୍ଧା ସରକାର ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ପ୍ରତିଶୃତିବଦ୍ଧ ହୋଇଥିବା ବେଳେ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ଆରୁଆ ପଂଚାୟତର ଶାଳିକୋଠା ଗ୍ରାମରେ ନିର୍ମିତ ହୋଇଥିବା ୧ଲକ୍ଷ ବିଶିଷ୍ଟ ପାଣି ଟାଙ୍କି ନିମ୍ନମାନର ବୋଲି ପଂଚାୟତ ପକ୍ଷରୁ ଅଭିଯୋଗ ହୋଇଛି । ଟାଙ୍କିର ବିଭିନ୍ନ ସ୍ଥାନରେ ଫାଟ ହୋଇ ପାଣି ଝରୁଥିବା ବେଳେ ବିଛାଯାଇଥିବା ପାଇପ୍ ଅସଂପୂର୍ଣ୍ଣ ରହିଛି । ଏପରିକି ପାଇପ୍ ଫାଟି ରାସ୍ତା କାଦୁଅ ହେବା ସହିତ ଲୋକମାନେ ଶୁଦ୍ଧ ପାଣି ପାଇବାରୁ ବଂଚିତ ହେଉଛନ୍ତି । ବାରମ୍ବାର ଏ ସଂପର୍କରେ ଆର୍‌ଡବ୍ଲୁଏସ୍‌ଏସର ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ତାର ପ୍ରତିକାର ହେଉନଥିବାରୁ ଆସନ୍ତା ଡିସେମ୍ବର ୨୬ ତାରିଖରୁ ଅଫିସ୍ ସମ୍ମୁଖରେ ଗଣଧାରଣାରେ ବସିବେ ବୋଲି ସରପଂଚ ହରିଶ୍ଚନ୍ଦ୍ର ଭୂୟାଁ ଓ ସମିତି ସଦସ୍ୟ ରାଜେନ୍ଦ୍ର ପାତ୍ରଙ୍କ ସହିତ ବହୁ ପଂଚାୟତବାସୀ ଚେତାବନୀ ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା