ବର୍ଷକୁ ମାତ୍ର ୧୬ ଦିନ ପାଇଁ ଖୋଲେ ଦଣ୍ଡମା ପୀଠ…

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଆଜି ବିଜୟା ଦଶମୀ ବିଭିନ୍ନ ଶକ୍ତିପୀଠ ଠାରୁ ଆରମ୍ଭ କରି ପୂଜା ମଣ୍ଡପରେ ମାଁଙ୍କ ପୂଜାର୍ଚ୍ଚନା ଚାଲିଛି। ଚାରିଆଡେ ପାର୍ବଣର ମାହୋଲ। ବିଭିନ୍ନ ଶକ୍ତିପୀଠରେ ସେମାନଙ୍କ ପରମ୍ପରା ଅନୁସାରେ ମା’ଙ୍କ ଆରାଧନା କରାଯାଇଥାଏ। ସେହିଭଳି ଏକ ଶକ୍ତି ପୀଠ ହେଉଛି ପାରଳାଖେମୁଣ୍ଡିର ଦଣ୍ଡମା। ଏହି ପୀଠ ବର୍ଷକୁ ମାତ୍ର ୧୬ ଦିନ ପାଇଁ ଖୋଲେ ହୋଇଥାଏ। ମା’ଙ୍କ ନିକଟରେ ପୂଜାର୍ଚ୍ଚନା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ କରୁଥିବାରୁ ଏହି ସମୟରେ ଲୋକଙ୍କ ଗହଳି ଅଧିକ ହୁଏ। ଶକ୍ତିଙ୍କ ଚାରି ପାଖରେ ଥିବା ୬୪ ଯୋଗୀନୀଙ୍କ ପ୍ରତିନିଧି ଭାବେ ଏହି ଦେବୀଙ୍କୁ ପୂଜା କରାଯାଇଥିବା କହିଛନ୍ତି ପଣ୍ଡିତ। ପୂର୍ବଣ ପାଇଁ ସାରା ଦେଶରେ ଶକ୍ତି ପୀଠ ସମେତ ପୂଜା ମଣ୍ଡପରେ ମାଁଙ୍କ ପୂଜାର୍ଚ୍ଚନା ଖୁବ ଧୁମଧାମରେ ଚାଲିଛି ।ପାରଳାଖେମୁଣ୍ଡି ସମେତ ସାରା ଗଜପତିରେ ମଧ୍ଯ ସେହି ସମାନ ସ୍ଥିତି। ତେବେ ପାରଳାଖେମୁଣ୍ଡିରେ ଦଣ୍ଡମା ଠାକୁରାଣୀଙ୍କ ସ୍ୱତନ୍ତ୍ରତା। ଏଠାରେ ପ୍ରାୟ ୧୬ ଦିନ ମା’ଙ୍କ ପୂଜାର୍ଚ୍ଚନା କରାଯିବା ପରେ ଦଶହରା ବିଳମ୍ବିତ ରାତିରେ ମା’ଙ୍କ ପୀଠରେ ଏକ ନଡିଆକୁ ରଖି ପୁଣି ବନ୍ଧ କରିଦିଆଯାଏ। ତେବେ ଏହି ୧୬ ଦିନ ମଧ୍ୟ ମାଁ’ଙ୍କ ନିକଟରେ ପୂଜାର୍ଚ୍ଚନା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ପ୍ରବଳ ଜନଗହଳି ହୋଇଥାଏ। ଏହି ମନ୍ଦିରକୁ ଆକଷଣୀୟ ସାଜସଜା କରିବା ସହ ମା’ଙ୍କ ନିକଟରେ ଖୁବ ଧୁମଧାମରେ ପାଳନ କରାଯାଇଥାଏ। ଏହି ପୀଠକୁ ନେଇ ପଣ୍ଡିତମାନେ ଭିନ୍ନ ମତ ପୋଷଣ କରନ୍ତି। ପଣ୍ଡିତଙ୍କ କହିବା ଅନୁସାରେ ଏହା କୈାଣସି ଶକ୍ତି ପୀଠ ନୁହେଁ ଦଣ୍ଡମା ହେଉଛନ୍ତି ୬୪ ଯୋଗିନୀଙ୍କ ପ୍ରତିନିଧି। ମହାରାଜାଙ୍କ ୮ଟି ଶକ୍ତି ପୀଠ ମଧ୍ୟରୁ କଦମ୍ବଖଣ୍ଡି ଅନ୍ଯତମ। ନବରାତ୍ର ସମୟରେ ତାଙ୍କ ନିକଟରେ ମହାରାଜାଙ୍କ ସୈନ୍ୟ ବାହିନୀ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାରର ଅସ୍କଶସ୍ ପୂଜା କରୁଥିଲେ। ତେବେ ସେ ବଳି ପିପାସୁ ଥିଲେ। ତାଙ୍କୁ ନିମନ୍ତ୍ରଣ କରି ଆଣିବା ବେଳେ ବିଭିନ୍ନ ପ୍ରକାର ବଳି ପ୍ରଦାନ କରାଯାଇଥାଏ। ଏହି ସ୍ଥାନରେ ତାଙ୍କ ସହ ଆସିଥିବା ୬୪ ଗୋଟି ଯୋଗିନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ସ୍ଥାନରେ ପୂଜାର୍ଚ୍ଚନା କରାଯାଉଥିଲା। ତେଣୁ ତାଙ୍କୁ ପ୍ରତିନିଧି ଭାବେ ଏହି ସ୍ଥାନରେ ଦଣ୍ଡମା’ଙ୍କୁ ରଖାଯାଇଥିଲା। ତେଣୁ ଏହି ସମୟରେ ହିଁ ମନ୍ଦିର ଖୋଲିବା ପୂଜା ପାଆନ୍ତି ବୋଲି ପଣ୍ଡିତ କହିଛନ୍ତି। ଶକ୍ତି ହୁଅନ୍ତି କିମ୍ବା ଯୋଗିନୀଙ୍କ ପ୍ରତିନିଧି ଏହି ପୀଠରେ ରହିଛି ସ୍ଵତନ୍ତ୍ର ମାହ୍ନମା ତେଣୁ ଏହି ସମୟରେ ଏଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ।

ରିପୋର୍ଟ : କୃଷ୍ଣ କୁମାର ବେହେରା