ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଡ. ବୁଦ୍ଧେଶ୍ୱର ପତିଙ୍କ ନାମ ସଂଜିବନୀ ପୁସ୍ତକ ଉନ୍ମୋଚିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକର ସର୍ବପ୍ରଥମ ଡକ୍ଟରେଟ୍ ଧାରୀ ଦୀନକୃଷ୍ଣ କଲେଜର ପୂର୍ବତନ ଅଧ୍ୟକ୍ଷ, ଆଧ୍ୟାତ୍ମିକ ଚିନ୍ତା ଚେତନାର ଅନ୍ୟତମ ବିନ୍ଧାଣୀ ଡ. ବୁଦ୍ଧେଶ୍ୱର ପତିଙ୍କ ଲିଖିତ ଆଧ୍ୟାତ୍ମକ ବାଦର ଅନ୍ୟଏକ ନିଦର୍ଶନ ‘ନାମ ସଂଜିବନୀ’ ପୁସ୍ତକ ଉନେ୍‌ାଚିତ ହୋଇଛି । ଗ୍ରାମାଂଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଏହି ପୁସ୍ତକକୁ ପଣ୍ଡିତ ରବିନାରାୟଣ ରଥଙ୍କ କରକମଳରେ ଉନ୍ମୋଚନ ତଥା ନବଗ୍ରହ ହୋମ ବିଧି ପରିସମାପ୍ତି ହୋଇଥିଲା । କାର୍ଯ୍ୟକ୍ରମରେ ପରିଷଦର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପୌରହିତ୍ୟ କରିଥିଲେ । ଏଥିରେ ସଂପାଦକ ସୁଧାଂଶୁ ସେଖର ପ୍ରଧାନ, କ୍ଷେତ୍ର ମୋହନ ଗିରି, ଡ. ଅଜିତ୍ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଓଝା, ମଧୁସୂଦନ ଦତ୍ତ, ଶ୍ରୀକୃଷ୍ଣ ମହାନ୍ତି, ତାରାପଦ ମହାନ୍ତି, ରାମଚନ୍ଦ୍ର ସିଂହ, ଶଶିକାନ୍ତ ପ୍ରଧାନ, ଇଂ. ଅକ୍ଷୟ ଦାସ, ଶରତ ଚନ୍ଦ୍ର ପଣ୍ଡା, ଡା. ପଦ୍ମଲାଭ ପ୍ରଧାନ, ଗଣେଶ ଗିରି, ଶଶିକାନ୍ତ ପାତ୍ର ଓ ରମଣି ମହାପାତ୍ର ପ୍ରମୁଖ ପୁସ୍ତକ ସଂପର୍କରେ ଅଭିମତ ଓ ସାମ୍ପ୍ରତିକ ସମାଜରେ ଏପରି ପୁସ୍ତକର ଆବଶ୍ୟକତା ସଂପର୍କରେ କହିଥିଲେ । ନବନିର୍ମିତ କାର୍ଯ୍ୟାଳୟକୁ ମଧ୍ୟ ରବିନାରାୟଣ ରଥ ଉଦ୍‌ଘାଟନ କରିବା ସହିତ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଏକ ଆଶା ସଂଚାର କରିଥିବା ସଂପର୍କରେ କହିଥିଲେ ।

ରିପୋର୍ଟ :  ଭୂପତି ପରିଡା