ବନ୍ଦେ ଉତ୍କଳ ଜନନୀ ଗାନରେ ପ୍ରକମ୍ପିତ ଜଳେଶ୍ୱର…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ସାରା ଓଡ଼ିଶାରେ ଗତକାଲି ସନ୍ଧ୍ୟା ୫ ଟା ୩୦ ମିନିଟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଥିଲା । ତଦନୁସାରେ ଜଳେଶ୍ୱର ବ୍ଲକ କାର୍ୟାଳୟ ଠାରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ, ପ୍ରତ୍ୟେକ ଶିକ୍ଷ୍ୟା ଅନୁଷ୍ଠାନ ଓ ଅନେକ ନିଜ ନିଜ ଘରେ ଉତ୍କଳ ଜନନୀ ଗାନ କରିଥିବା ଜଣା ପଡ଼ିଛି । ସେହିପରି କୋଟସାହି ଗ୍ରାମ ପଞ୍ଚାୟତର ଗୋବର୍ଦ୍ଧନପୁର ବିଦ୍ୟାଳୟ ପରିସରରେ ସରପଞ୍ଚ ମଞ୍ଜୁବାଳା ପ୍ରଧାନଙ୍କ ଆହ୍ୱାନରେ ମୁଖ୍ୟ ଅତିଥି ଜଳେଶ୍ୱର ବ୍ଲକ ଉପାଧକ୍ଷ ବ୍ରଜ ମୋହନ ପ୍ରଧାନଙ୍କ ପରିଚାଳନାରେ ନାଏବ ସରପଞ୍ଚ ତପନ କୁମାର ବେହେରା ଅତିଥି ବସନ୍ତ କୁମାର ମହାନ୍ତି, ରାଧାଶ୍ୟାମ ନାଥ, ବିଶ୍ଵମ୍ବର ନାଥ, ବିଶ୍ଵନାଥ ଦାସ ମହାପାତ୍ର, ରଞ୍ଜନ କୁମାର ଦଳାଇ, ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ସାହୁ, ପ୍ରଧାନ ଶିକ୍ଷକ ସୀତାରାମ ମୁର୍ମୁ, ସହକାରୀ ଶିକ୍ଷକ ଅଜୟ କୁମାର ବେହେରା, ରତନ କୁମାର ନାଥ, ଅଙ୍ଗନବାଡି କର୍ମୀ ସବିତା ପରିଡ଼ା, ସାଗରିକା ଦାସ ମହାପାତ୍ର, କାଜଲ ପରିଡ଼ା, ଯମୁନା ମହାନ୍ତି, ଗୀତାରାଣୀ ନାଥ ଓ ସୁଜାତା ମହାନ୍ତି ଆଶାକର୍ମୀ କିରଣବାଳା ନାଥ, ପୁଷ୍ପଲତା ଦାସ ମହାପାତ୍ର, ଅନୁରାଧା ପ୍ରାମାଣିକ ସ୍ୱୟଂ ସହାୟିକା ଗୋଷ୍ଠୀର ଏମବିକେ ରୀନାରାଣୀ ବେହେରା, ଚାରୁବାଳା ଜେନା, ଆଶାଲତା ନନ୍ଦୀ, ସୁବାସିନି ମହାନ୍ତି, କାଞ୍ଚନ ବାଳା ପରିଡ଼ା, ମଞ୍ଜୁଲତା ଦତ୍ତ, ଆଶାଲତା ମହାନ୍ତିଙ୍କ ସହ ୫୦ ରୁ ଅଧିକ ମହିଳା ଏବଂ ସଙ୍ଗରୋଦ୍ଧ କେନ୍ଦ୍ରର ସମସ୍ତ ପ୍ରଭାସୀ ଓଡ଼ିଆମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସେହିପରି ରା.ରା.ପୁର ପଞ୍ଚାୟତର ସରପଞ୍ଚ ପ୍ରତିନିଧି ପ୍ରବୀର କୁମାର ଦାସଙ୍କ ପରିଚାଳନାରେ ଅତିଥି ମଧୁ ସୁଦନ ସେନାପତି, ସପନ କୁମାର ଦାସ, ଆଇନଜୀବି ବିନୋଦ କୁମାର ଗିରି, ଭଗୀରଥ ପାଳ, କିରଣ ବେହେରା, ସୁଶାନ୍ତ ଦାସ, ଗ୍ରାମ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷକ/ଶିକ୍ଷୟତ୍ରୀ ଓ ସଙ୍ଗରୋଦ୍ଧ କେନ୍ଦ୍ରରେ ଥିବା ଓଡ଼ିଆ ପ୍ରଭାସୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ଏଥି ସହିତ ରା.ରା.ପୁର ର କୃଷକସାଥି ବିଧୁଭୂଷଣ କାନନଗୋ ଗ୍ରାମର ଉଦୀୟମାନ ଛାତ୍ରଛାତ୍ରୀ ଓ କିଛି ମହିଳା ମାନଙ୍କୁ ନେଇ  ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ଏବଂ ନାମ୍ପୋ ଗ୍ରାମରେ ଏକାନ୍ନବର୍ତ୍ତୀ ପରିବାର ପାଲା ଗାୟକ ଦଳର ମୁଖ୍ୟ ଚନ୍ଦ୍ର ମୋହନ ରାଉଳ ଓ ତାଙ୍କର ସାଥୀଙ୍କ ଦ୍ଵାରା ମଧ୍ୟ ନାମ୍ପୋ ଗ୍ରାମର ମହାଦେବ ମନ୍ଦିର ପରିସରରେ ବରିଷ୍ଠ ସମବାୟବିତ ମାନସ କୁମାର ଜେନା, ଅରୁଣ କୁମାର ରାଉଳ ଓ ବ୍ରଜ ଗୋପାଳ ଦାସ ପ୍ରମୁଖ ଉଦ୍ଦିଷ୍ଟ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରି ଏବଂ  କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇ   ମୁଖ୍ୟମନ୍ତ୍ରୀଙ୍କ ମହାନ ଉଦ୍ଧେଶ୍ୟକୁ ପୂରଣ  କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା