ବଦଳିଲା ପୋଲିସ ଓ ଆମ୍ବୁଲାନ୍ସ ହେଲ୍ପ ଲାଇନ ନମ୍ବର…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବଦଳିଲା ପୋଲିସ ହେଲ୍ପ ଲାଇନ ଓ ଆମ୍ବୁଲାନ୍ସ ହେଲ୍ପ ଲାଇନ ନମ୍ବର । ପୋଲିସ ପକ୍ଷରୁ ସବୁ ଜରୁରୀ ସେବା ପାଇଁ ଗୋଟିଏ ନମ୍ବର । ୧୧୨ ନମ୍ବରରୁ ମିଳିବ ସମସ୍ତ ପୋଲିସ ସେବା । ପୋଲିସ ଆମ୍ବୁଲାନ୍ସ, ଦମକଳ, ମହିଳା ହେଲ୍ପ ଲାଇନ୍‌ ପାଇଁ ଗୋଟିଏ ନମ୍ବର ୧୧୨ । ହଟିଲା ୧୦୦, ୧୦୧, ୧୦୨ ହେଲ୍ପ ଲାଇନ୍‌ ସେବା । ହଟିଲା ୧୦୪, ୧୦୮ ହେଲ୍ପ ଲାଇନ୍‌ ସେବା । ୧୮୧, ୧୦୯୮ ହେଲ୍ପ ଲାଇନ ସେବାରୁ ବାଦ । ଏଣିକି ୧୧୨କୁ ଡାଏଲ କଲେ ମିଳିବ ସବୁ ଜରୁରୀ ସହାୟତା । ୧୧୨ ଜରିଆରେ ତ୍ବରିତ ସେବା ପାଇଁ ୧୦୯୮ ପଦବୀ ସୃଷ୍ଟି । ୧୦୯୮ ପଦବୀକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୧୧୨ ସେବା ପାଇଁ ୪ ଜଣ ଡିଏସପି, ୧୫୧ ଜଣ ସବ୍‌ ଇନ୍ସପେକ୍ଟର, ୨୦୩ ଜଣ ସହକାରୀ ସବ୍ ଇନ୍ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ । ଏହାବ୍ୟତୀତ ଆଉଟସୋର୍ସିଂ ଜରିଆରେ ୧୯୮ଜଣ କଲ୍ ଟେକର ଇକସିକ୍ୟୁଟିଭ ଏବଂ ୨୩୬ଟି ଗାଡି ମଧ୍ୟ ନିୟୋଜିତ ହେବ । ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଜରୁରୀ ସହାୟତା ଗୋଟିଏ ନମ୍ବର ୧୧୨ରେ ଉପଲବ୍ଧ ହେବା ଦ୍ବାରା ଜନସାଧାରଣଙ୍କୁ ଅଧିକ ଦକ୍ଷତାର ସହ ଉତ୍ତମ ସେବା ଯୋଗାଇ ଦେବାରେ ପୋଲିସ ସଫଳ ହେବ ବୋଲି କୁହାଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା