ବଡନଗରଠାରେ କଂଗ୍ରେସର ନୁହେଁ କୃଷକ ଏକତା ମଞ୍ଚର ସର୍ବଦଳୀୟ ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବଡନଗରଠାରେ ପ୍ରିମିୟମ ସ୍ୱର୍ଣ୍ଣଧାନ ଚାଷ କରି କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହା କଂଗ୍ରେସ ବୈଠକ ନ ଥିଲା ଓ ନବଗଠିତ କୃଷକ ଏକତା ମଞ୍ଚର ସର୍ବଦଳୀୟ ବୈଠକ ଥିଲା ବୋଲି ମଞ୍ଚର ଆବାହକ ସତ୍ୟନାରାୟଣ ବେହେରା ଆଜି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଗତ ୨୭ ତାରିଖ ଅପରାହ୍ନରେ ସୁଧିର ପାତ୍ରଙ୍କ ପୌରହିତ୍ୱରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ କ୍ଷତିଗ୍ରସ୍ତ ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଓ ସହଯୋଗ ଲାଗି ପ୍ରଚେଷ୍ଟା ହେବ ବୋଲି ଆଲୋଚନାରେ ନେତୃମଣ୍ଡଳୀ କହିଥିଲେ । ଏଥିନେଇ କେତେକ ସମ୍ବାଦ ପ୍ରକାଶନକୁ ସେ ଖଣ୍ଡନ କରିଥିଲେ । ଏହି ଆଲୋଚନାରେ କୃଷି ବିଲ୍‌କୁ ବିରୋଧ କରାଯାଇନଥିବା ସେ କହିଛନ୍ତି ।