ଫ୍ରେଣ୍ଡସ ୱେଲଫର କ୍ଲବର ରକ୍ତ ଦାନ ଶିବିର : ୮୩ ୟୁନିଟ ରକ୍ତ ସଂଗୃହିତ

ବ୍ରହ୍ମପୁର(ସମୃଦ୍ଧଓଡିଶା) ରକ୍ତ ଦାନ ଏକ ମହତ ଦାନ I ଜନସେବା ହିଁ ମନ୍ୟୁଷର କର୍ତ୍ତବ୍ୟ, ଏହାକୁ ଆଧାର କରି ୧୯୯୫ରୁ ଆପଣେଇ ନେଇଛନ୍ତି ଜନୈକ ଯୁବକ ଏ ଲକ୍ଷିନାରାୟଣ(ବାବୁ), ତାପରେ ଏଥିପାଇଁ ଏକ ପ୍ଲଟ ଫର୍ମର ଆବଶ୍ୟକତା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆରମ୍ଭ କଲେ ଫ୍ରେଣ୍ଡସ ୱେଲଫର କ୍ଲବ I ସେଦିନ ଠାରୁ ରକ୍ତଦାନ କ୍ଷେତ୍ରରେ ଆଗେଇ ଚାଲିଛି ଏହି କ୍ଲୁବ I ବ୍ରହ୍ମପୁର ସହରର ଏହି ଅଗ୍ରଣୀ ସ୍ୱେଚ୍ଛା ସେବୀ ସଙ୍ଗଠନ ଫ୍ରେଣ୍ଡସ ୱେଲଫର କ୍ଲବର ତାର ୨୯ତମ ଫାଉଣ୍ଡେସନ ଦିବସରେ ପାଳନ ଅବସରରେ ଆଜି ଏହି ମେଘା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ୮୩ ୟୁନିଟ ରକ୍ତ ସଂଗୃହିତ ହୋଇଛି I କ୍ଲବର ପ୍ରତିଷ୍ଠାତା ତଥା ରକ୍ତଦାନ ସଂଯୋଜନା ଅଧ୍ୟକ୍ଷ ଏ ଲକ୍ଷ୍ମୀନାରାୟଣାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ଖଲାସି ସାହି କଲ୍ୟାଣ ମଣ୍ଡପରେ ରବିବାର ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଥିଲା I ଏଥିରେ ଶହେ ଜଣ ରକ୍ତଦାତା ରକ୍ତଦାନ ପାଇଁ ସହମତି ପ୍ରକାଶ କରିଥିଲେ ସୁଦ୍ଧା ଅପରାହ୍ନ ହୋଇଯିବାରୁ ଅବଶିଷ୍ଟ ୧୭ଜଣ ରକ୍ତଦାନ କରିପାରି ନ ଥିଲେ I ଏହି ରକ୍ତ ଦାନ ଶିବିରକୁ ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁ ରିବନ କାଟି କେକ ବାଣ୍ଟି ଶୁଭାରମ୍ଭ କରିଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସହିତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଅର୍ବନ ବ୍ୟାଙ୍କ ସଭାପତି ଆର ମୁରଲୀ ମୋହନ , ବ୍ରହ୍ମପୁର ପୌର ନିଗମର ଡେପୁଟି ମେୟର ଇଁ ବିବେକ ରେଡି , କର୍ପୋରେଟର ଟି କିଶୋର ପାତ୍ର , କର୍ପୋରେଟର କାଦମ୍ବରୀ ଦାସ , ପ୍ରଦୀପ ଶତପଥୀ , ପୂର୍ବତନ ନଗରପାଳ ପି ଭିମୁଡ଼ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସହିତ କରିଥିବା ବେଳେ ଉଦଯାପନ ବେଳେ ଫ୍ରେଣ୍ଡସ ୱେଲଫର କ୍ଲବର ଏକ୍ସଅଫିସିଓ ଅଧ୍ୟକ୍ଷ ଆଡଭୋକେଟ ସୁଧୀର କୁମାର ପଟ୍ଟନାୟକ ଓ ୧୧୬ଥର ରକ୍ତଦାନ କରିଥିବା ସମାଜସେବୀ ତଥା ଦକ୍ଷିଣ ଓଡିଶା ଡେଭଲମେଣ୍ଟ କାଉନସିଲ ର ଅଧ୍ୟକ୍ଷ କିରଣ କୁମାର ପଟ୍ଟନାୟକ ଯୋଗଦେଇ ରକ୍ତଦାତାମାନଙ୍କ ଉତ୍ସହକୁ ଭୁୟସୀ ପ୍ରଶଂସା କରିଥିଲେ I କ୍ଲବ ସଭାପତି କେ ଶ୍ରୀନିବାସ ରାଓଙ୍କ ସମେତ ଚ ଦୁର୍ଗା ପ୍ରସାଦ , ଆର ଶଙ୍କର ରାଓ ଆଚରି , ଆର ଚନ୍ଦ୍ର ରାଓ ,ଏ ଭି ଚକ୍ରଧର , କେ ରବିବାବୁ , ଏମ ସୁରେଶ , ଅରବିନ୍ଦ ଦେଶୀ ବେହେରା , କେ ସତୀଶ , କେ କାଳୀଚରଣ ପ୍ରମୁଖ ସଭ୍ୟମାନେ ଉପସ୍ଥିତ ରହି ଶିବିର ପରିଚାଳନା ଓ ସଂଯୋଜନା କରିଥିଲେ I ସୂଚନାଯୋଗ୍ୟ ଯେ ଏହି ଶିବିରରେ ଦିବଙ୍ଗତ ସଭ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା I

ରିପୋର୍ଟ : ରଜତ ପଟ୍ଟନାୟକ