ଫୁଲବାଣୀ ଟାଉନ ପୁଲିସର ଚଢ଼ାଉ:୮ ଚୋରା ବାଇକ ଜବତ୍‌, ମାଷ୍ଟର ମାଇଣ୍ଡ ସହ ୩ ଗିରଫ

ଫୁଲବାଣୀ:ଫୁଲବାଣୀ ଟାଉନ ପୁଲିସ ଗୋଟିଏ ବାଇକ ଚୋରିକୁ ନେଇ ତନଘନା ଚଳାଇବା ସହ ସୁରାକ ପାଇ ବିଭିନ୍ନ ସ୍ଥାନରେ ଚଢାଉ କରି ୮ଟି ଚୋରା ବାଇକ ଜବତ କରିଛି। ଏଥିରେ ମାଷ୍ଟର ମାଇଣ୍ଡ ସହ ୩ ଲୁଟେରାଙ୍କୁ ଗିରଫ କରିଛି।ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ପିଅନପଡାର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଘର ସମ୍ମୁଖରେ ତାଙ୍କର ବଜାଜ ଡିସକଭର ବାଇକ ଥିବା ସମୟରେ ଗତ ୧୨ ତାରିଖରେ ଚୋରି ହୋଇ ଯାଇଥିଲା। ଏ ନେଇ ଶ୍ରୀ ବେହେରା ଅଭିଯୋଗ କରିବା ପରେ ପୁଲିସ କେଶ ନଂ ୧୫୯/୧୮ରେ ଏକ ମାମଲା ରୁଜୁ କରି ତନାଘନା କରିଥିଲା। ଏହି ବାଇକଟି ସଦର ଥାନା ସାଇନପଦର ଶଙ୍କର ଦିଗାଲ(୧୯) ଚୋରି କରି ନେଇଥିବା ବିଶେଷ ସୁତ୍ରରୁ ଖବର ପାଇ ଆଜି ସକାଳେ ପୁଲିସ ସେଠାରେ ଚଢାଉ କରିଥିଲା। ଶଙ୍କର ଘରୁ ବଜାଜ ଡିସକଭର ବାଇକ ସହ ଆଉ ୩ଟି ଚୋରା ବାଇକ ମିିଳିଥିଲା। ତାପରେ ଶଙ୍କରକୁ ପଚରାଉଚୁରା ପରେ ତାର ସହଯୋଗୀ ସଦର ଥାନା ବେଲପଦରର ସଚିନ କହଁର(୧୯) ଓ ଗୋଛାପଡା ଥାନା ମାଟିଘାଟିର ସରୋଜ ବେହେରା(୨୪)ଙ୍କୁ ପୁଲିସ କାବୁ କରି ନେଇଥିଲେ। ଏହି ଦୁଇ ଜଣଙ୍କ ପାଖରୁ ୪ଟି ଚୋରା ବାଇକ ମଧ୍ୟ ପୁଲିସ ଜବତ କରିଥିଲା। ବାଇକ ଚୋରି ନେଇ ପୂର୍ବରୁ ୧୬୩/୨୦୧୭ ଓ ୪୭/୨୦୧୮ ଦୁଇଟି ମାମଲା ରୁଜୁ ହୋଇଥିଲା। ଏହି ବାଇକ ଚୋରି ରାକେଟରେ ଶଙ୍କର ହେଉଛି ମାଷ୍ଟର ମାଇଣ୍ଡ। ଏହି ରାକେଟରେ ଆଉ କେତେ ଜଣ ସଂପୃକ୍ତ ଅଛନ୍ତି ବୋଲି ସନ୍ଦେହ କରାଯାଉଛି। କନ୍ଧମାଳ ସମେତ ରାଜ୍ୟର ଜିଲ୍ଲା ବାହାରେ ବାଇକ ଚୋରିରେ ଏମାନେ ସଂପୃକ୍ତ। ଏ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲି ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ସୁରେନ୍ଦ୍ର ନାଥ ମୁର୍ମୁ ଫୁଲବାଣୀ ଟାଉନ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଟାଉନ ଥାନାଧିକାରୀ ସତ୍ୟବ୍ରତ ରାଉତ ଉପସ୍ଥିତ ଥିଲେ। ଗିରଫ ଅଭିଯୁକ୍ତଙ୍କୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।

One thought on “ଫୁଲବାଣୀ ଟାଉନ ପୁଲିସର ଚଢ଼ାଉ:୮ ଚୋରା ବାଇକ ଜବତ୍‌, ମାଷ୍ଟର ମାଇଣ୍ଡ ସହ ୩ ଗିରଫ

  1. i am very proud to say this type of young antisocial’s work should be advatise in print media much more of the other news and my request to all my print media friends to eradicate to this bad work from society through the impact of prient media.thank s a lot Samrudha Odisha .prabhat behera.sec,p.c.c & chairman Dalit cell, KDML D.C.C.

Comments are closed.