ଫାଲେରିଆ ନିରାକରଣ ଅଭିଯାନ୨୦୨୩ ଆରମ୍ଭ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ଆଜି ହିଞ୍ଜିଳିକାଟୁ ପୌର ପରିଷଦର ନେତାଜୀ କଲ୍ୟାଣ ମଣ୍ଡପ ଠାରେ ୧୦ତାରିଖ ଠାରୁ ୧୯ଅଗଷ୍ଟ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ବ୍ଲକ୍, ବିଜ୍ଞାପିତ ଅଞ୍ଚଳ, ପଞ୍ଚାୟତ ସମିତି, ଗ୍ରାମପଞ୍ଚାୟତ, ଓ ସମସ୍ତ ସ୍ବାସ୍ଥ୍ୟ ଉପକେନ୍ଦ୍ର ଗୁଡ଼ିକ ରେ ସାମୁହିକ ଔଷଧ ସେବନ କର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟ , ଓଡ଼ିଶା ସରକାର ଏବଂ ଜାତିୟ ସ୍ବାସ୍ଥ୍ୟ ମିଶନ ଓଡ଼ିଶା ର ମିଳିତ ଆନୁକୁଲ୍ୟରେ ଫାଲେରିୟା ନିରାକରଣ ପାଇଁ ଔଷଧ ସେବନ କାର୍ଯ୍ଯକ୍ରମ ୧୦ଦିନ ଧରି ରଖାାଇଥିବାବେଳେ ଏହିଦିନ ନିଜକୁ ଓ ଗୋଷ୍ଠି କୁ ଫାଲେରୀୟା ରୁ ରକ୍ଷା କରାଇବା ପାଇଁ ବୟସ ଓ ଉଚ୍ଚତା ଅନୁସାରେ ସଠିକ୍ ମାତ୍ରା ରେ ଡି. ଇ. ସି., ଆଲବେଣ୍ଡାଯୋଲ୍ ଓ ଆଇଭରମେକ୍ଟିନ ବଟିକା ଆଶା, ଅଙ୍ଗୱାଡ଼ି କର୍ମୀ ଏବଂ ତାଲିମ୍ ପ୍ରାପ୍ତ ସ୍ବେଚ୍ଛାସେବୀ ଙ୍କ ଦ୍ଵାରା ଲୋକଙ୍କୁ ଖୁଆଇ ଦିଆଯିବ l ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ରେ ସମସ୍ତ ସରକାରୀ, ବେସରକାରୀ ସ୍କୁଲ୍, କଲେଜ୍, କାର୍ଯ୍ୟାଳୟ, କାରଖାନା ଇତ୍ୟାଦି ସ୍ଥାନ ମାନଙ୍କପାଇଁ ମୋବାଇଲ୍ ଟିମ୍ ର ବ୍ୟବସ୍ଥା କରାଯାଇଛି l ଏହା ବ୍ୟତୀତ ପ୍ରତ୍ୟେକ ଡାକ୍ତରଖାନା ରେ ଫାଲେରିୟା ଔଷଧ ସେବନ ପାଇଁ କର୍ଣ୍ଣର ଖୋଲାଯାଇଛି l ଏବଂ ଯେଉଁ ବ୍ୟକ୍ତି ଔଷଦ ସେବନ କଲେ ସେହି ବ୍ୟକ୍ତିର ଆଙ୍ଗୁଠି ରେ କଳା ରଙ୍ଗର ଚିହ୍ନ ଦେଇ ଚିହ୍ନଟ କରାଯିବ l ଏଥିରେ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ଶ୍ରୀ କୀର୍ତ୍ତି ଭାସନ୍ ସି ଡ଼ି ଓ, କମ୍ ଇ ଓ ଗଞ୍ଜାମ, ସୁରେନ୍ଦ୍ର ପ୍ରଧାନ ହିଞ୍ଜିଳି ବିଧାୟକ ଙ୍କ ବ୍ଲକ୍ ପ୍ରତିନିଧି,ସରସ୍ୱତୀ ସେଠୀ ହିଞ୍ଜିଳିକାଟୁ ବ୍ଲକ୍ ଅଧକ୍ଷl, ସୁବାଷ ପଲେଇ ହିଞ୍ଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ, ପୌରାଧକ୍ଷା ସୁଚିତ୍ରା ପଣ୍ଡା, ଡାକ୍ତର ପ୍ରତିଭା ପାତ୍ର ସୂପରିଟେଣ୍ଡ ଏସ. ଡି. ହେଛ, ହିଞ୍ଜିଳିକାଟୁ ଡାକ୍ତର ନିବେଦିତା ସାହୁ ସୁପରିଟେଣ୍ଡ, ସି, ହେଚ୍ଚ, ସି ବେଲଙ୍ଗା , ସୁବ୍ରତ କୁମାର ଜେନା ବି ଡି ଓ, ଜୁବୁଲି ବେହେରା କାର୍ଯ୍ଯ ନିର୍ବାହୀ ଅଧିକାରୀ ଓ ବହୁ ସରକାରୀ କର୍ମଚାରୀ ମଞ୍ଚାଶିନ ଥିଲେ। ଶେଷରେ କୀର୍ତ୍ତି ଭାସନ ଆଇ. ଏ. ଏସ ଔଷଧ ସେବନ କରିବା ସହ ସମସ୍ତ କଲେଜ୍ ଓ ସ୍କୁଲ୍ ପିଲାମାନଙ୍କୁ ଔଷଧ ଖୁଆଯାଇଥିଲା l

ରିପୋର୍ଟ : ରଜତ ପଟ୍ଟନାୟକ