ଫସଲ ନଷ୍ଟକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବହୁ ଚାଷୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଶୁକ୍ରବାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଞ୍ଚାୟତର ପାଲିଆମ୍ମା, କୁଶପୁର, ଆଙ୍ଗୁ, ବାଘଳା ଓ ସୁନାଥର ଗ୍ରାମର ବିଭିନ୍ନ ଚାଷୀମାନେ ପ୍ରାୟ ୫୦୦ ଏକର ଜମିରେ ଲଗାଣ ବର୍ଷା ଯୋଗୁଁ ଧାନ ଜମିରେ ପାଣି ଜମି ନଷ୍ଟ ହେଉଥିବାରୁ ଛତ୍ରପୁର ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଲଗାତର ବର୍ଷା ହେବା ଫଳରେ ଧାନ ନଷ୍ଟ ହୋଇଯାଇଛି । ଏନେଇ ବିଭାଗୀୟ ଅଧୀକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତେବେ ଆନ୍ଧ୍ର ମାଛ ବ୍ୟବସାୟୀଙ୍କ ବନ୍ଧ ପାଖଦେଇ କୋଚିଆ (ମଝିନାଳ)ର ସଂପ୍ରସାରଣ କରିବା ନିମନ୍ତେ ଏହି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ, ପିତାମ୍ବର ନାହାକ, ଗୋବିନ୍ଦ ନାହାକ, ବାସୁଦେବ ନାହାକ, କୃଷ୍ଣ ଚନ୍ଦ୍ର ନାହାକ, ଲକ୍ଷ୍ମଣ ନାହାକ, ହାଡି ସେଠୀ, ସ୍ୱରାଜ ବସ୍ତିଆ, ଦେବରାଜ ନାହାକ, ସଞ୍ଜୟ ପ୍ରଧାନ, ଟୁନା ପ୍ରଧାନ, ଶିବରାମ ନାହାକ, କନ୍ଧ ନାହାକ, ଗଣପତି ନାହାକ, ଭାସ୍କର ବସ୍ତିଆ, ତ୍ରିନାଥ ପ୍ରଧାନ, ସୁକାନ୍ତ କୁମାର ସାହୁ, ରବିନ୍ଦ୍ର ନାହାକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା