ପ୍ରେସ କ୍ଳବ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି…

ବ୍ରହ୍ମପୁର (ସମୃଦ୍ଧ  ଓଡି) ବ୍ରହ୍ମପୁର ପ୍ରେସ କ୍ଳବ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ କରୋନା ଯୋଦ୍ଧା ତଥା ସାମ୍ବାଦିକ ଗଞ୍ଜାମ ଜିଲ୍ଲାର ପ୍ରିୟଦର୍ଶୀ ପଟ୍ଟନାୟକ, ନିଳୟ ରଞ୍ଜନ ପଟ୍ଟନାୟକ, ଗଜପତି ଜିଲ୍ଲାର ସି.ଏଚ.ରତ୍ନମ ଏବଂ କନ୍ଧମାଳ ଜିଲ୍ଲା ତାରିଣୀ ପାଢୀଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ସହ ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏଥିରେ ବ୍ରହ୍ମପୁର ସହର ସମସ୍ତ ଛାପା ଗଣମାଧ୍ୟମ ଓ ଇଲୋକ୍ଟୋନିକ୍ସ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇ ଗଭୀର ଶୋକ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଗନ୍ ମୋହନ ମହାପାତ୍ର, ଅମ୍ବିକା ଦାସ, ଚିରଞ୍ଜିତ ରାଜଗୁରୁ, ନାଗେଶ୍ୱର ପୁଷ୍ଟି, ନାରାୟଣ ମହାଙ୍କୁଡ, ଲକ୍ଷ୍ମୀ ବେଜ୍, ଶିବରାମ ଚୌଧୁରୀ, ସନ୍ୟାସୀ ଗୌଡ, ଅସିତ୍ ପଣ୍ଡା, ଦିନେଶ ପଟ୍ଟନାୟକ, ଅଭିଜିତ୍ କର, ପ୍ରଶାନ୍ତ ଦାଶ, ଚିକୁ ପ୍ରତିନିଧି, ଅମର କୁମାର ଦାଶ, ଗୋପାଳ ରେଡ୍ଡି, ଲିକୁ ଡାକୁଆ, ଅଶୋକ ବ୍ରହ୍ମା, ମାନସ ବିଷୋୟୀ, କୈଳାସ ବେହେରା, ସୁଦୀପ ସାହୁ, ଗୋପାଳ ପଟ୍ଟନାୟକ, ନିର୍ମଳ ସାହୁ, କପିଳ ପାଢ଼ୀ, ଫିନୋଜ ପ୍ରଧାନ, ପିତାମ୍ବର ନାହାକ, ପ୍ରଶାନ୍ତ ଜେନା, କାଳି ପ୍ରସାଦ ରଥ, ମୃତ୍ୟୁଞ୍ଜୟ ସାହୁ, ରୁପକ ମହାନ୍ତି, ପିଣ୍ଟୁ ବେହେରା, ଆଲୋକ ବେହେରା, ସୁରଜିତ ପଣ୍ଡା, ସମୀର ରଥ, ସମୀର ଆଚାର୍ଯ୍ୟ, ସୁବ୍ରମଣ୍ୟମ ସ୍ୱାମୀ, ସ୍ୱଧୀନ ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା