ପ୍ରିୟ

ତମ ପାଇଁ କରିନି ପ୍ରିୟ
ସିନା ଓଷାବ୍ରତ
ତମ ପାଇଁ ବାନ୍ଧିନାହିଁ
ମନ୍ଦିରରେ ନେତ
କି ବଟ ବୃକ୍ଷ ତଳେ ମନାସିନୀ ,
ବାନ୍ଧିନାହିଁ ମାଟିର ଖପରା
ସଞ୍ଜ ଦୀପାଳୀ ଜାଳି ନାହିଁ ତୁମ ପାଇଁ,
ତଥାପି କହୁଛି ପ୍ରିୟ
ମନର ମନ୍ଦିର ମୋର ସଜଫୁଟା ଫୁଲ
ଅନ୍ତରରୁ ପ୍ରେମ ର ତେଲ
ଦେଇ ଜାଳିଛି ତୁମ ପାଇଁ ଦୀପଟିଏ
ସେ ଦୀପରେ ନାହିଁ ଛଳନା ର ସୀମିତ ଆଲୋକ
ଆସ ପ୍ରିୟ ଫିଙ୍ଗିଦିଆ
ଅହମିକା ପୁଟ
ଆଞ୍ଜୁଳାରେ ଭରିଛି ତୁମ ପାଇଁ
ସୁକୁମାର ଅନୁଭବ
ସମୟ ସହ ବୁଝାବଣା କରି ଜୀବନ ତମାମ
ନିଜ ଅସ୍ତିତ୍ତ୍ୱକୁ
ବିସର୍ଜନ ଦେଇ ଖୁସିର ଅଭିନୟ କରି
ବଞ୍ଚି ଯିବି ମରି ମରି
ନିଃଶ୍ବାସ ଚାଲିଥିବା ଯାଏ

ତପସ୍ୱିନୀ ଦାଶ
ବାରିପଦା