ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ପ୍ରତୀକାତ୍ମକ କଳା ବ୍ୟାଜ ପରିଧାରଣ…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶା ରାଜ୍ୟ ପ୍ରାଣୀ ଚିକିତ୍ସା ସେବା ସଂଘ, ଗଞ୍ଜାମ ଶାଖା ପକ୍ଷରୁ କାର୍ଯ୍ୟରତ ସମସ୍ତ ପ୍ରାଣୀ ଚିକିତ୍ସକ ଗତ ୨୦ ନଭେମ୍ବର ଠାରୁ ସରକାରଙ୍କ ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ଅଣଦେଖା କରିବା ପ୍ରତିବାଦରେ ପ୍ରତୀକାତ୍ମକ କଳା ବ୍ୟାଜ ପରିଧାରଣ କରିଛନ୍ତି । ସୂଚନା ଅନୁଯାୟୀ ଏହି ପ୍ରତିବାଦ ୭ ଦିନ ଧରି ଚାଲିବ ଓ ଏଥିରୁ କୌଣସି ସଫଳ ନମିଳିଲେ ଆସନ୍ତା ୨୭ ନଭେମ୍ବର ଠାରୁ ସମସ୍ତ ପ୍ରାଣୀ ଚିକିତ୍ସକ ସରକାରଙ୍କ ଦ୍ୱାରା ପରିଚାଳିତ ଅନଲାଇନ ତଥ୍ୟ ଆଦାନ ପ୍ରଦାନ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯିବ । ଏହା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ବ୍ରହ୍ମପୁର ଭାରପ୍ରାପ୍ତ ପ୍ରାଣୀ ଚିକିତ୍ସକ ଡକ୍ଟର କିରଣ କୁମାର ବିଷୋୟୀ । ସେ କହିଛନ୍ତି ଯେ ବହୁ ସମୟ ଧରି ଓଡ଼ିଶା ରାଜ୍ୟ ପ୍ରାଣୀ ଚିକିତ୍ସା ସେବା ସଂଘ ସରକାରଙ୍କ ନିକଟରେ ବିଭିନ୍ନ ଦାବି କରିଆସିଛି ଯଥା ପ୍ରବେଶ ପଦବୀକୁ କନିଷ୍ଠ ପ୍ରଥମ ଶ୍ରେଣୀ ମାନ୍ୟତା ଦେବା, ବିଭାଗକୁ ଜରୁରୀ କାଳୀନ ବିଭାଗର ମାନ୍ୟତା ଦେଇ ଯଥା ସମ୍ଭବ ମୌଳିକ ଭିତ୍ତିଭୂମି ଯୋଗାଇଦେବା, ଡିଜିଟାଲାଇଜେସନ ସେବା ପ୍ରଦାନ ନିମନ୍ତେ ଅତ୍ୟାଧୁନିକ ଉପକରଣ ତଥା ଡାଟା ଏଣ୍ଟ୍ରି ଅପରେଟର ଜଗାଇବା ସହିତ କରୋନା ମହାମାରୀର ମୁକାବିଲା ନିମନ୍ତେ “କୋଭିଡ ଯୋଦ୍ଧା” ମାନ୍ୟତା ଦେବା । ଉକ୍ତ ଦାବି ଗୁଡ଼ିକୁ ବହୁ ଦିନ ଧରି ସରକାର ଅଣଦେଖା କରିବା ସହ ଦିନକୁ ଦିନ ମାତ୍ରାଧିକ କାର୍ଯ୍ୟଭାର ଲଦିବାରେ ଲାଗିଛନ୍ତି । ଏହି ପ୍ରତିବାଦ ବେଳେ ପ୍ରାଣୀ ଚିକିତ୍ସାରେ କୌଣସି ଅବହେଳା ନ କରି ଚାଷୀ ଭାଇ ଭଉଣୀ ମାନଙ୍କୁ ଉପଯୁକ୍ତ ସେବା ପ୍ରଦାନ ସହ ମହାମାରି କୋରନା ସମୟରେ ମଧ୍ୟ ନିଜର ଜୀଵନକୁ ଖାତିର ନକରି ଉପଯୁକ୍ତ ସେବା ଯୋଘାଇ ଆସୁଛନ୍ତି ଓ ଆଗକୁ ମଧ୍ୟ ଉପଯୁକ୍ତ ସେବା ପ୍ରଦାନ କରାଯିବ ବୋଲି ଡକ୍ଟର ବିଷୋୟୀ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା