ପ୍ରାକ୍ତନ କ୍ରୀଡା ଶିକ୍ଷକଙ୍କ ଉଦ୍ଦେଶ୍ୟରେ ସ୍ମୃତିଚରଣ ସଭା…

ବସ୍ତା/ଜଳେଶ୍ଵର (ସମୃଦ୍ଧ ଓଡିଶା) ବାଲେଶ୍ଵର ଜିଲ୍ଲାର ବସ୍ତା ବ୍ଲକ ଅନ୍ତର୍ଗତ ଗଡ଼ପଦା ପଞ୍ଚାୟତସ୍ଥିତ ହୀରାପୁର ସରକାରୀ ହାଇସ୍କୁଲ ସମ୍ମିଳନୀ କକ୍ଷରେ ହୀରାପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦ ଓ ହୀରାପୁର ସରକାରୀ ନୋଡାଲ ହାଇସ୍କୁଲର ମିଳିତ ସହଯୋଗରେ ପ୍ରାକ୍ତନ କ୍ରୀଡା ଶିକ୍ଷକ ସ୍ୱର୍ଗତ ଆଦିକନ୍ଦ ଦେଙ୍କର ଅମର ଆତ୍ମାର ସଦଗତି ପାଇଁ ସଂସଦର ସଭାପତି ଗୋପାଳ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଆଦିକନ୍ଦ ଦେ, ପ୍ରାକ୍ତନ କ୍ରୀଡା ଶିକ୍ଷକ କ୍ରୀଡା ମାଧ୍ୟମରେ ରୂପସା ଅଞ୍ଚଳର ବହୁ ଛାତ୍ର ଛାତ୍ରୀଙ୍କ ପ୍ରିୟଭାଜନ ହେବା ସହିତ କ୍ରୀଡା କ୍ଷେତ୍ରରେ ଜନ ମାନସରେ ଚିରଦିନ ସ୍ମୃତି ଫଳକରେ ଲିପିବଦ୍ଧ ହୋଇ ରହିଗଲେ ବୋଲି ଏହି ଶୋକ ସଭାରେ ମତ ପ୍ରକାଶ ପାଇଥିଲା  । ଏ ନେଇ ଆଜି ଅପରାହ୍ନରେ ସ୍ୱର୍ଗତ ଦେଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହେବା ସହିତ ଦୁଇ ମିନିଟ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁବଳ କୁମାର ବେହେରା, ଅଧ୍ୟାପକ ଗୌରାଙ୍ଗ ପଣ୍ଡା, ଧରିତ୍ରୀର ବରିଷ୍ଠ ସାମ୍ବାଦିକ ବାଞ୍ଛାନିଧି ଦେ, ନିରଞ୍ଜନ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶିକ୍ଷୟିତ୍ରୀ ମଧୁସ୍ମିତା ନାୟକ, ଛାତ୍ର ସଂସଦର ଉପସଭାପତି ମମତା ସ୍ବାଇଁ, ରାହାସ ବିହାରୀ ବାରିକ, ବିଶ୍ୱନାଥ ପ୍ରଧାନ, ଅମୂଲ୍ୟ ରାଉତ, ସ୍କୁଲ ପରିଚାଳନା ସମିତିର ଚେୟାରମ୍ୟାନ ରବୀନ୍ଦ୍ର କୁମାର ସାହୁ  ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦେଙ୍କର ସ୍ମୃତିଚାରଣ କରିଥିଲେ । ସଞ୍ଜୟ ପୋଥାଳ, ସଞ୍ଜୟ କୁମାର ପ୍ରଧାନ, ଶୁକୁରା ସିଂ, ଦେବେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ପୁରାତନ ଛାତ୍ର ପଶୁପତି ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।