ପ୍ରଶାସନ ପକ୍ଷରୁ ସାନିଟାଇଜେସନ୍ : କଣ୍ଟେନ୍‌ମେଣ୍ଟ ମିଆଦ ୭ ଦିନ ବୃଦ୍ଧି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ମାକିଡିଆ ପଞ୍ଚାୟତରେ ୧୭ଜଣ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ମିକିଡିଆ ଓ କୁଅଁରପୁର ଗାଁକୁ ନେଇ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା ହୋଇଥିଲା । କିନ୍ତୁ ସେ ଅଞ୍ଚଳର ଅମାନିଆମାନେ ପଶ୍ଚିମବଙ୍ଗ ଲିଙ୍କ ରହିଥିବା ଏବଂ ପ୍ରଶାସନୀକ ଉଦାସୀନତା ଯୋଗୁଁ ରବିବାର ରାତିରେ ଏକ ବିଭାଘର ପଶ୍ଚିମବଂଗର ଜନୈକ ଲୋକ ସହିତ ମାକିଡିଆ ଗାଁରେ ଅନୁଷ୍ଠିତ ହୋଇଥିବାର ପ୍ରକାଶ ପରେ ଆଜି ପ୍ରଶାସନ ପକ୍ଷରୁ ସେନିଟାଇଜେସନ୍ କରାଯାଇଛି । ଏହି ଅଞ୍ଚଳର ସମସ୍ତ ମୁଖ୍ୟ ରାସ୍ତା ଏପରିକି ଗାଁ ଭିତରେ ଦମକଳ ଦ୍ୱାରା ସାନିଟାଇଜେସନ୍ କରାଯାଇଥିବାରୁ ସଚେତନ ନାଗରିକ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି । ଅମାନିଆଙ୍କୁ ପାନେ ଦେବା ପାଇଁ ଆଜି ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କଣ୍ଟେନ୍‌ମେଣ୍ଟ ମିଆଦକୁ ଆଉ ୭ ଦିନ ଅର୍ଥାତ୍ ୧୭ତାରିଖ ଯାଏ ବୃଦ୍ଧି କରିଥିବା ଜଣାଯାଇଛି । କଣ୍ଟେନମେଣ୍ଟ ଜୋନ୍‌ରେ ଅଧିକ ଧରପଗଡ ହେବ ବୋଲି ସୂଚନା ମିଳିଛି ।

ରିପୋର୍ଟ : ଭୂପତି କୁମାର ପରିଡା