ପ୍ରଶାସନର ବୈମାତୃକ ମନୋଭାବ କାହିଁକି…

ସୋରଡ଼ା- ସୋରଡା ଏନ୍ ଏ ସି ର ୮ୱାର୍ଡ ପ୍ରତି ଏନ୍ ଏ ସି ପ୍ରଶାସନ ର ଅବହେଳାକୁ ନେଇ ସହର ରେ ଅସନ୍ତୋଷ ପ୍ରକାଶ ପାଇଛି।୮ ନମ୍ୱର୍ ୱାର୍ଡ କାଉନସିଲର ନେଇ ଅସନ୍ତୋଷ ପ୍ରକାଶ କରିବାସହ କାର୍ଯ୍ୟନିର୍ବାହୀ ଅଧିକାରୀ ଲିଖିତ ପତ୍ର ମାଧ୍ୟମରେ ଜଣାଇଛନ୍ତି।ଏହି ପରି ଗୋଟିକ ୱାର୍ଡ ପ୍ରତି ଅବହେଳା ଘୃଣ୍ୟ ଜଣକ ବୋଲି କହିଛନ୍ତି।୮ନମ୍ୱର୍ ୱାର୍ଡ କାଉନସିଲର ସୋରଡ଼ା ଏନ୍ ଏ ସି ର ନବ ନିର୍ବାଚିତ ପରିଷଦ ଗଠନ ହେଲା ପରେ ପାଖାପାଖି ୧୪କୋଟି ବାର୍ଷିକ ବ୍ୟୟ ଅଟକଳ କରାଯାଇଥିବା ସୂଚନା ଦିଆଯାଇଥିଲା।ତେବେ ଏହି ୧୪କୋଟି ଟଙ୍କା କେଉଁ ବାବଦରେ କିପରି ଖର୍ଚ୍ଚ କରାଯିବ ତାହା ଦିଆଯାଇଥିବା ଫାଇଲ ରେ ଉଲ୍ଲେଖ ନଥିଲା।ବୈଠକ ବସିବାର ଆଜକୁ ପାଞ୍ଚ ମାସ ହେଲାଣି ତଥାପି କୌଣସି କାଉନସିଲର ଙ୍କ ସହ ପୁଖାନୂପୁଖ ଆଲୋଚନା ଏ ପର୍ଯ୍ୟନ୍ତ ହୋଇ ନାହିଁ।ସହର ର କଣ ଆବଶ୍ୟକତା ରହିଛି ତାହା କିଛି ପୂର୍ବତନ କାଉନସିଲର ବସି ନିର୍ଦ୍ଧାରିତ କରିଥିବା ଅଭିଯୋଗ ରହିଛି।ଚଳିତ ମାସ ଗତ ୨୭.୦୭.୨୨ରେ ସୋରଡ଼ା ଏନ୍ ଏ ସି ର ୧୧ଗୋଟି ୱାର୍ଡ ମଧ୍ୟରେ ରାସ୍ତା ଘାଟ ନାଳନର୍ଦମା ଆଦିର ମରାମତି ଓ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆହ୍ବାନ କରାଯାଇଛି।ଯେଉଁ ରେ ୮ନମ୍ୱର୍ ୱାର୍ଡ କୁ ବାଦ ଦେଇ ସମସ୍ତ ୱାର୍ଡ ର ଉନ୍ନତି ପାଇଁ ଵାୟ ଆକଳନ କରାଯାଇଛି ଏହା କୁ ନେଇ ବର୍ତ୍ତମାନ ବିବାଦ ଦେଖାଦେଇଛି।୮ନମ୍ୱର୍ ୱାର୍ଡ ପ୍ରତି ସୋରଡ଼ା ଏନ୍ ଏ ସି ପ୍ରଶାସନ ର ଏହି ପରି ଅବହେଳା ମନୋଭାବ ସହର ରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।ଅନେକ ବୁଦ୍ଧିଜୀବି ଓ ପ୍ରତିନିଧି ମାନେ ଏହାକୁ ନିନ୍ଦା କରିଛନ୍ତି।ସୋରଡା ର ୧୦ ଗୋଟି ୱାର୍ଡ କୁ ଗୁରୁତ୍ଵ ଦିଆଯାଇଥିବା ବେଳେ ଏହି ଗୋଟିକ ୱାର୍ଡ ପ୍ରତି ଏନ୍ ଏ ସି କାହିଁକି ଅବହେଳା ପଦର୍ଶନ କରିଛି ତାହା ସର୍ବସାଧା ରଣ ରେ ପ୍ରଶ୍ନ ସୃଷ୍ଟି କରିଛି।୮ନମ୍ୱର୍ ୱାର୍ଡ ରେ ଦୀର୍ଘ ଦିନ ହେଲା କୌଣସି ଉନ୍ନତି ମୂଳକ ପଦେକ୍ଷପ ନିଆଯାଇ ନାହିଁ।ଅପରିକି ଏହି ୱାର୍ଡ ଅଧିନସ୍ଥ ଅନେକ ରାସ୍ତା ର ଅବସ୍ଥା ଶୋଚନୀୟ ଏବଂ ନାଳ ନର୍ଦ୍ଦମା ର ଅବସ୍ଥା ଶୋଚନୀୟ।ଏଠାରେ ଆୟୋଜିତ ୱାର୍ଡ ବୈଠକରେ ମଧ୍ୟ ଏଠାକାର ବାସିନ୍ଦା ସୋରଡ଼ା ର ଅଧକ୍ଷ ଓ ପ୍ରଶାସନ ନିକଟରେ ଅନେକ ଦାବି କରିବା ସହ ଅନେକ ସମସ୍ୟା ପ୍ରଶାସନ ର ଦୃଷ୍ଟିଗୋଚର କୁ ଆଣିଥିଲେ।ଏପରିକି ସୋରଡା ପରିଷଦ ର ନିର୍ବାହୀ ଅଧିକାରୀ ଙ୍କୁ ମଧ୍ୟ ଏହି ୱାର୍ଡ ର ସଭ୍ୟ ସମସ୍ତ ଅସୁବିଧା ସମ୍ପର୍କ ରେ ଅବଗତି କରାଇବା ସତ୍ୟେ ଏପରି ଅବହେଳା ପଦରସନ କରାଯିବ ନିହାତି କଷ୍ଟ ଦାୟକ ଏଠାକାର କାଉନସିଲର କହିଛନ୍ତି।୮ନମ୍ବର ୱାର୍ଡ କୁ ଅବହେଳା କରାଯିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଏବେ ଆଲୋଚନା ଯୋର ଧରିଛି।ସୋରଡା ଏନ୍ ଏ ସି ର ୧୧ ଗୋଟି ୱାର୍ଡ ମଧ୍ୟରୁ ୯ଗୋଟି ଶାସକ ବିଜୁ ଜନତା ଦଳ ହାତରେ ରହିଥିବା ବେଳେ ୯ ନମ୍ୱର୍ ୱାର୍ଡ ଟି କଂଗ୍ରେସ ଏବଂ ୮ନମ୍ୱର୍ ୱାର୍ଡ ରେ ବିଜେପି ବିଜୟ ହୋଇଛି।ଏହି ଦୃଷ୍ଟି ରୁ ରାଜନୈତିକ ଉଦ୍ଦେଶ୍ୟ ଥିବା ଏବେ ଆଲୋଚନା ଯୋର ଧରିଛି।ଅନ୍ୟ ପଟେ ୮ନମ୍ୱର୍ ୱାର୍ଡ କହିବ କଥା ହେଲା କୌଣସି ଉନ୍ନତି ମୂଳକ ବ୍ୟୟ ଅଟକଳ କରିବପୂର୍ବରୁ କାଉନସିଲର ମାନଙ୍କ ସହ ଆଲୋଚନା କରିବା ର ଆବଶ୍ୟକତା ରହିଛି।କିନ୍ତୁ ଏଠାରେ କାଉନସିଲର କୁ ଅବହେଳା କରାଯିବା ସହ ୱାର୍ଡର ଉନ୍ନୟନ କାର୍ଯ୍ୟ କୁ ଅବହେଳା ପ୍ରଦର୍ଶନ କରିବା ଦୁଃଖଦାୟକ ଏଠାକାର କାଉନସିଲର ଦୁଃଖ ପ୍ରକାଶ କରିଛନ୍ତି ସୋରଡ଼ା ଏନ୍ ଏ ସି ଏଥି ପ୍ରତି ଦୃଷ୍ଟି ଦେଲେ ସମସ୍ତ ୱାର୍ଡ ର ଉନ୍ନତି ପ୍ରତି ସମାନ ଗୁରୁତ୍ଵ ରେ ସମୋହିକ ଉନ୍ନତି ହୋଇପାରିବ ବୋଲି ସହର ବାସୀଙ୍କ ମତ ଓ ସୋରଡ଼ା ଏନ୍ ଏ ସି ର ଏହିପରି ମନୋଭାବ କୁ ୮ନମ୍ୱର୍ ୱାର୍ଡ କାଉନସିଲର ନିନ୍ଦା କରିବା ସହ ଲିଖିତ ପତ୍ର ମାଧ୍ୟମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଗଞ୍ଜାମ ଜିଲ୍ଲାପାଳ ଓ ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଙ୍କୁ ମଧ୍ୟ ଲିଖିତ ପତ୍ର ମାଧ୍ୟମରେ ଅଭିଯୋଗ କରିବାସହ ଏହିପରି ଅବହେଳା ର ତଦନ୍ତ ଆରମ୍ଭ କରି ଆବଶ୍ୟକ ହସ୍ତକ୍ଷେପ ଲୋଡ଼ିବା ସହ ନିରେପେକ୍ଷ ଭାବେ ଉନ୍ନୟନ କାର୍ଯ୍ୟ କରିବା ପାଇଁ ଜଣାଇଛନ୍ତି ।