ପ୍ରବାସୀଙ୍କ ପ୍ରତି ସରକାରୀ ଘୋଷଣା ହେଉ କାର୍ଯ୍ୟକାରୀ : କଂଗ୍ରେସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ମହାମାରୀ ଦେଖା ଦେବା ପରେ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରବାସୀମାନେ ଘରବାହୁଡା ହୋଇଥିଲେ ମଧ୍ୟ ସେମାନଙ୍କୁ ଘୋଷିତ ୨ହଜାର ଟଙ୍କା ମିଳିନାହିଁ । କେତେକ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ବ୍ୟାପକ ଦୁର୍ନିତୀ ହୋଇଥିବାରୁ କଂଗ୍ରେସ ସେ ସବୁର କରିବ ବୋଲି ଆଜି ଏଠାରେ କଂଗ୍ରେସର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ସୂଚନା ଦେଇଛନ୍ତି । ସମଗ୍ର ବିଶ୍ୱ କରୋନା ସଂକ୍ରମଣରେ ଭୟଭୀତ । ପରିସ୍ଥିତିକୁ ଲକ୍ଷ କରି ରାଜ୍ୟ ଓ କେନ୍ଦ୍ର ସରକାର ପ୍ରବାସୀଙ୍କୁ ଘରକୁ ବାହୁଡିବାର ଘୋଷଣା କରିଥିଲେ ମଧ୍ୟ ବିଶେଷ ସୁବିଧା ସୁଯୋଗ ମିଳିପାରି ନାହିଁ । ସରକାରୀ ଘୋଷଣା ଅନୁଯାୟୀର ଟ୍ରେନ୍ ଟିକ୍ ଓ ବସ୍‌ରେ ଯାତାୟାତ ଲାଗି ଆର୍ଥକ ସହାୟତା କରିବା ଏବଂ ଘରବାହୁଡା ପ୍ରବାସୀଙ୍କୁ ୨ହଜାର ଲେଖାଏଁ ସହାୟତା ଦେବା କେବଳ ଘୋଷଣାରେ ସୀମିତ ରହିଛି । ସେହିପରି ଜଳେଶ୍ୱର ବ୍ଲକରେ ଖୋଲା ଯାଇଥିବା ୬୯ଟି କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ପ୍ରବାସୀମାନେ ରହୁଥିବା ବେଳେ ସେଥିରେ କେତେକ ଦୁର୍ନିତୀ ହୋଇଥିବା ଅଭିଯୋଗ ଆସିଛି । ଏ ସବୁ ସଂପର୍କରେ କଂଗ୍ରେସ ପକ୍ଷରୁ ତଦନ୍ତ କରାଯାଉଛି । ସବୁ ଘଟଣାର ପର୍ଦ୍ଦାଫାସ କରିବା ଲାଗି କଂଗ୍ରେସ ତତ୍ପର ହେ।ଇଥିବା ସଂପର୍କରେ କଂଗ୍ରେସର ସୁଦର୍ଶନ ଦାସ ସାମ୍ବାଦିକ ମାନଙ୍କୁ କହିଛନ୍ତି । ଆସବାପତ୍ର କିଣାରେ ପିସି କାରବାର ସଂପର୍କରେ ସମସ୍ତେ ଉଣାଅଧିକେ ଜାଣନ୍ତି । ଏଥିରେ ବଡଧରଣ ଘୋଟାଲା ହୋଇଥିବା ସେ ସୂଚନା ଦେଇଛନ୍ତି । ଆସବାପତ୍ର କିଏ କେଉଁଠୁ କିଣିଲା, ତାହାହିଁ ସମୀକ୍ଷା ହେବା ଆବଶ୍ୟକ । ବହୁ ପ୍ରବାସୀଙ୍କୁ ଦୈନନ୍ଦିନ ବ୍ୟବହାର ଲାଗି ବାଲତି, ମଗ୍‌, ବେଡ୍‌ସିଟ୍‌, ବ୍ରସ୍ ଇତ୍ୟାଦି ୧୪ଟି ଆସବାପତ୍ର ଦିଆଯିବାକୁ ଥିବା ବେଳେ ବହୁ ପ୍ରବାସୀଙ୍କୁ ଦିଆଯାଇନାହିଁ । କେତେକଙ୍କୁ ବ୍ୟବହାର କରାଯାଇଥିବା ପୁରୁଣା ଆସବାପତ୍ର ଦିଆଯାଇଥିବାର ଅଭିଯୋଗ ରହିଛି । କେତେକ କ୍ୱାରାଣ୍ଟାଇନ୍ ସେଣ୍ଟରେ ନିୟମ ଅନୁଯାୟୀ ଭଲ ଖାଦ୍ୟ ଦିଆଯାଇଥିବା ବେଳେ କେତେକ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ଦିଆଯିବା ସଂପର୍କରେ ବହୁ ନଜର ରହିଛି । ଏବେ କ୍ୱାରାଣ୍ଟାଇନ୍‌ରୁ ଘରକୁ ଯାଇଥିବା ଲୋକଙ୍କ ଲାଗି ସରକାରଙ୍କର କାର୍ଯ୍ୟକ୍ରମ ସଂପର୍କରେ ବିଶେଷ ସୂଚନା ନ ଥିବାରୁ ବେକାରୀଙ୍କ ସମସ୍ୟା ଉତ୍କଟ ହେବାକୁ ଯାଉଛି । ଏ ସଂପର୍କରେ କଂଗ୍ରେସ ଓଡିଶାରେ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିବ ବୋଲି ଚେତାବନୀ ଦେଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା