ପ୍ରବାସୀଙ୍କୁ ଧରି ଫେରୁଥିବା ବସ୍ ଦୁର୍ଘଟଣା ଗ୍ରସ୍ତ : ୩ ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ଭୟ ଏବଂ ଲକ୍‌ଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ କାମ କରୁଥିବା ଦାଦନ ଶ୍ରମିକଙ୍କ ଘରବାହୁଡା ଲାଗି ରହିଥିବାରୁ ଶ୍ରମିକମାନେ ଟ୍ରେନ୍ କିମ୍ବା ବସ୍‌ରେ ନିଜ ନିଜ ରାଜ୍ୟକୁ ଫେରୁଥିବା ବେଳେ ଆଜି ଗୁରୁବାର ସକାଳ ୯.୩୦ମି. ସମୟରେ ବାଲେଶ୍ୱର ଜିଲାର ଜଳେଶ୍ୱର ନିକଟବର୍ତ୍ତୀ ଜାତୀୟ ରାଜପଥ-୬୦ର ଟୋଲପ୍ଲାଜା ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କେଏଲ-୩୮-୬୧୦୧ ବସ୍‌ଟି ୧୮ତାରିଖ ରାତ୍ରୀରେ କେରଳର ମାଲେୟାଲୁପୁରମରୁ ବାହାରି ୪୦ଜଣ ପ୍ରବାସୀଙ୍କୁ ଧରି ପଶ୍ଚିମବଂଗର ବର୍ଦ୍ଧମାନ ଓ ବିରଭୂମ ଅଭିମୁଖେ ଯିବା ବେଳେ ଡ୍ରାଇଭରର ଅସାବଧାନତା ଯୋଗୁଁ ରାସ୍ତାକଡକୁ ଓଲଟି ପଡିଥିଲା । ଫଳରେ ବର୍ଦ୍ଧମାନ ଜିଲାର ସେକ୍ ମହେଦୁନ(୩୦), ସେକ୍ ସପନ (୪୨), ସେକ୍ ଆଲିମୁଦ୍ଦିନ (୪୩)କୁ ଗୁରୁତର ଅବସ୍ଥ୍‌ାରେ ଜଳେଶ୍ୱର ଜିକେ ଭଟ୍ଟର ହସ୍‌ପିଟାଲରେ ବର୍ତ୍ତ କରାଯାଇ ଚିକିତ୍ସା କରାଯାଇଛି । ଏଥିରେ ୨ଜଣ ଡ୍ରାଇଭର ଓ ଜଣେ ହେଲପର ମଧ୍ୟ ଥିଲେ । ଖବର ପାଇ ଜଳେଶ୍ୱର ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ପ୍ରବାସୀ ମାନଙ୍କୁ ଅନ୍ୟ ଏକ ବସ୍‌ରେ ଫେରିବାର ବନ୍ଦୋବସ୍ତ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା