ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ଗଠନ ପାଇଁ ଦେଶବାସୀଙ୍କୁ ଆହ୍ବାନ

ବ୍ରହ୍ମପୁର(ସମୃଦ୍ଧଓଡିଶା)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୫ ବର୍ଷରେ ‘ବିକଶିତ ଭାରତ’ ଗଠନ ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ବିକଶିତ ଭାରତ ଗଢ଼ିବା ପାଇଁ ଆମେ ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ ପାଦ ଆଗକୁ ବଢ଼ାଇବା । ସମସ୍ତଙ୍କୁ ଏହି ଆହ୍ୱାନରେ ଯୋଡ଼ି ବିକଶିତ ଭାରତର ସଂକଳ୍ପକୁ ସାକାର କରିପାରିବା ବୋଲି ଆଜି ବ୍ରହ୍ମପୁର ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଥିବା “ବିକଶିତ ଭାରତ ସଂକଳ୍ପ ଯାତ୍ରା” କାର୍ଯ୍ୟକ୍ରମରେ ଯୋଗଦେଇ ମଧ୍ୟପ୍ରଦେଶର ରାଜ୍ୟସଭା ସାଂସଦ କୈଳାସ ସୋନି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅମୃତ କାଳର ଚାରୋଟି ଅମୃତ ସ୍ତମ୍ଭ ଅର୍ଥାତ୍ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବ ଓ ମଧ୍ୟବିତ ଶକ୍ତି ଭାରତକୁ ଶିଖରକୁ ନେବା ସହ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ । ସେଥିପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଗାଁ’ରୁ ପଞ୍ଚାୟତ ପର୍ଯ୍ୟନ୍ତ, ବ୍ଲକ୍ ରୁ ସହର ପର୍ଯ୍ୟନ୍ତ ତଥା ସହରରୁ ଜିଲ୍ଲା ଏବଂ ରାଜ୍ୟ ସହ ଦେଶକୁ ସାମଗ୍ରିକ ଭାବରେ ମଜଭୁତ କରିବାକୁ ହେବ । ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ମୋଦି ଗ୍ୟାରେଣ୍ଟି ଗାଡ଼ି ଗଞ୍ଜାମ ଜିଲ୍ଲାର ଅନେକ ପଞ୍ଚାୟତରେ ପହଞ୍ଚିଲାଣି । ଯେଉଁଠି ଲୋକଙ୍କ ମୌଳିକ ସୁବିଧା ପାଇବା ଆଶା ମଉଳି ଯାଉଛି ସେଠାରୁ ମୋଦିଙ୍କ ଗ୍ୟାରେଣ୍ଟି ଆରମ୍ଭ ବୋଲି ଶ୍ରୀ ସୋନି କହିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଉଜ୍ଜଳା ଯୋଜନାରେ ଗ୍ୟାସ୍, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୨୦୨୯ ପର୍ଯ୍ୟନ୍ତ ମାଗଣା ଚାଉଳ, ସୌଭାଗ୍ୟ ଯୋଜନାରେ ପ୍ରତି ଘରକୁ ବିଜୁଳି, ଜନଧନ ଜରିଆରେ ବ୍ୟାଙ୍କ ଖାତାକୁ ଟଙ୍କା ଦେବାର ଗ୍ୟାରେଣ୍ଟି ମୋଦି ଦେଇଛନ୍ତି । ସମସ୍ତ କଲ୍ୟାଣକାରୀ ଯୋଜନା ଗୁଡିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ଆମ ସମସ୍ତଙ୍କୁ ପ୍ରାୟାସ କରିବାକୁ ପଡ଼ିବ ବୋଲି ସାଂସଦ ଶ୍ରୀ ସୋନି କହିଛନ୍ତି । ମୋଦିଙ୍କ ଜନକଲ୍ୟାଣ ଯୋଜନା ଘରେ ଘରେ ପହଞ୍ଚୁଛିକି ନାହିଁ ଏହି ମୋଦିଙ୍କ ଗ୍ୟାରେଣ୍ଟି ଗାଡ଼ି ସାରା ଦେଶରେ ବୁଲୁଛି ଏବଂ ମୋଦିଙ୍କ କଲ୍ୟାଣକାରୀ ଯୋଜନା ଗୁଡିକର ଫାଇଦା ନେବାକୁ ଶ୍ରୀ ସୋନି ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ । ଏହି ଅବସରରେ ସାଂସଦ ଶ୍ରୀ ସୋନି ଲୋକ ମାନଙ୍କୁ ନମୋ ଆପ୍, ମାଇ ଭାରତ ସଂଗଠନରେ ଯୋଡ଼ି ହେବା ପାଇଁ ଆହ୍ୱାନ ଦେଇଥିଲେ । ତାହା ସହିତ ସାଂସଦ ଶ୍ରୀ ସୋନି ସମବେତ ଜନତାଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ କରାଇଥିଲେ ଏବଂ ମୋଦି ସରକାରଙ୍କ ଦ୍ବାରା ବିଭିନ୍ନ ଯୋଜନାର ଲାଭାର୍ଥିଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ପୂର୍ବରୁ ଭାର୍ଚୁଆଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମର ଭାର୍ଚୁଆଲ୍ ମାଧ୍ୟମରେ ସିଧା ପ୍ରସାରଣ ରାଜ୍ୟ ସଭା ସାଂସଦ କୈଳାସ ସୋନିଙ୍କ ସମେତ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ଗତ ନିର୍ବାଚନରେ ଥିବା ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର,ବ୍ରହ୍ମପୁର ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବିକଶିତ ଭାରତ ସଂକଳ୍ପ ଯାତ୍ରାର ରାଜ୍ୟ ସଂଯୋଜକ ଅଶୋକ ମିଶ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର,ବିକଶିତ ଭାରତ ସଂକଳ୍ପ ଯାତ୍ରାର ଗଞ୍ଜାମ ଜିଲ୍ଲା ସଂଯୋଜକ ତଥା ବିଜେପି ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି,ସବିତା ସାହୁ,ରଞ୍ଜିତା ବେହେରା,ବନିତା ସାହୁ,ସୁଶିଳା ମଲ୍ଲିକ,ବାଳକୃଷ୍ଣ ସାମନ୍ତରା,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ପ୍ରମୁଖଙ୍କ ସମେତ ବିଜେପିର ମଣ୍ଡଳ ସଭାପତି,ମୋର୍ଚ୍ଚା ସଭାପତି,ଜିଲ୍ଲା ପଦାଧିକାରୀ,ୱାର୍ଡ଼ କମିଟି ଏବଂ ବୁଥ୍ କମିଟି ସଦସ୍ୟ ଉପସ୍ଥିତ ଥିଲେ । ଏହା ସହ ବ୍ରହ୍ମପୁର ମହାନଗର ନିଗମ ଅତିରିକ୍ତ କମିଶନର୍,ଏହି କାର୍ଯ୍ୟକ୍ରମର ନୋଡ଼ାଲ୍ ଅଧିକାରୀ ରାଜୀବ କୁମାର ମିଶ୍ର,ବହୁ ମହିଳା ଏସଏଚଜି‌ ମହିଳା ଗ୍ରୁପ୍ ସଦସ୍ୟାଙ୍କ ସମେତ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ମାନେ ଏହି “ବିକଶିତ ଭାରତ ସଂକଳ୍ପ ଯାତ୍ରା” କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆସନ୍ତା ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଚାଲିବ । ଗଞ୍ଜାମ ଜିଲ୍ଲାରେ ଏହି “ବିକଶିତ ଭାରତ ସଂକଳ୍ପ ଯାତ୍ରାରେ” ଆଗାମୀ ଦିନରେ ରାଜ୍ୟ ଏବଂ ରାଷ୍ଟ୍ରୀୟ ନେତୃବୃନ୍ଦଙ୍କ ଯୋଗ ଦେବାର ବିଭିନ୍ନ କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ଜିଲ୍ଲା ଉପସଭାପତି ତଥା “ବିକଶିତ ଭାରତ ସଂକଳ୍ପ ଯାତ୍ରାର” ଗଞ୍ଜାମ ଜିଲ୍ଲା ସଂଯୋଜକ ସୁନିଲ କୁମାର ସାହୁ କହିଛନ୍ତିି ।

ରିପୋର୍ଟ : ରଜତ ପଟ୍ଟନାୟକ