ପ୍ରଧାନମନ୍ତ୍ରୀଙ୍କ ୧୦୮ ତମ ମନ୍ କି ବାତ୍ ରେ ନେତାମାନେ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୮ ତ’ମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର କୋଣ ଅନୁକୋଣରୁ ପ୍ରତିଭା ଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱକୁ ଉପସ୍ଥାପନା କରି ଅନ୍ୟର ଆଦର୍ଶ ରୂପେ ଗ୍ରହଣ କରିବାର ଏକ ମାଧ୍ୟମ ପlଲଟିଛି “ମନ୍ କୀ ବାତ୍” କାର୍ଯ୍ୟକ୍ରମ । ଆଜିର ୧୦୮ ତମ “ମନ୍ କୀ ବାତ୍” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୧୪୦ କୋଟି ଲୋକଙ୍କୁ ଫିଟ୍ ରହିବା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେବା ସହ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଲଲା ବିରାଜମାନ କରିବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ଏହି ଦିନ ଦେଶବାସୀଙ୍କୁ ନିଜ ଘରେ ରାମଜ୍ୟୋତି ଜାଳି “ଦୀପାବଳି” ପାଳିବାକୁ ଆହ୍ୱାନ ଦେଇଛନ୍ତି । ଏହି ଐତିହାସିକ କ୍ଷଣ ସମସ୍ତଙ୍କ ଭାଗ୍ୟରେ ଜୁଟିଛି । ତେଣୁ ୧୪୦ କୋଟି ଦେଶବାସୀ ଦୀପାବଳି ପାଳିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜିର ଏହି “ମନ୍ କୀ ବାତ୍” କାର୍ଯ୍ୟକ୍ରମରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ, ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଦେବୁନ୍ ପଟ୍ଟନାୟକ,ବରିଷ୍ଠ ନେତ୍ରୀ ଏସ୍.ରାଣୀ,ଗୋସାଇଁନୂଆଗାଁ ମଣ୍ଡଳ ଉପସଭାପତି ଏସ୍.ଶ୍ରୀନିବାସ,କିଶୋର କୁମାର ସାହୁ,ଜି.ରାଜେନ୍ଦ୍ର ପ୍ରସାଦ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସେହିଭଳି ଭାରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ମଣ୍ଡଳ ଠାରେ ସଭାପତି କେ.ଟୁଙ୍ଗୁରୁ ପାତ୍ରଙ୍କ ସଭାପତିତ୍ବରେ ୧୦୮ ତମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରହ୍ଲାଦ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,କେ.ବାସନ୍ତୀ ପାତ୍ର,ସୁମନ ଶତପଥି,ବାଙ୍କନିଧି ସେଠୀ,କେ.ଶ୍ୱେତା ପାତ୍ର,ନୀଳାଞ୍ଚଳ ପଣ୍ଡା,ସୁକାନ୍ତି ସାବତ,ଆଇସା ସାହୁ,ଲକ୍ଷ୍ମୀ ନାୟକ, ଲିଙ୍ଗରାଜ ସାହୁ,ଅଖିଳ ବେହେରା ପ୍ରମୁଖଙ୍କ ସମେତ ଶତାଧିକ ଯୁବ ଏବଂ ମହିଳା ସଦସ୍ୟ ଉପସ୍ଥିତ ଥିଲେ । ଭାରତୀୟ ଜନତା ପାର୍ଟି ଗେଟ୍ ବଜାର ମଣ୍ଡଳ ଠାରେ ସଭାପତି ଧର୍ମରାଜ ପାଣିଗ୍ରାହୀଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବର୍ଷର ଶେଷ ତଥା ୧୦୮ ତମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ରିପୋର୍ଟ : ରଜତ ପଟ୍ଟନାୟକ