ପ୍ରତି ବିଦ୍ୟାଳୟରେ ଛାତ୍ର ଓ ଅଭିଭାବକମାନେ ଗାଇବେ ବନ୍ଦେ ଉତ୍କଳ ଜନନୀ ….

ଜଳେଶ୍ୱର(ସମୃଦ୍ଧ ଓଡିଶା)ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପୁର୍ତ୍ତବିଭାଗ ଡାକବଂଗଳାରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ପ୍ରତି ବିଦ୍ୟାଳୟରେ ବନ୍ଦେ ଉତ୍କଳ ଜନନୀ ଗାନ, ଉତ୍କଳ ଜନନୀଙ୍କ ନିମନ୍ତେ ଡାକଟିକଟ ପ୍ରଣୟନ, ପ୍ରତି ଶିକ୍ଷା କେନ୍ତ୍ରରେ ଯୋଗ ଶିକ୍ଷା ପ୍ରଚଳନ, ଇ- ଏଜୁକେସନ୍ ଶୁଭାରମ୍ଭ, ଦିବ୍ୟାଙ୍ଗ ମାନଙ୍କର କୃତ୍ରିମ ଅଂଗ ଯୋଗାଣ ଇତ୍ୟାଦି ସଂପର୍କରେ ବାଲେଶ୍ୱର ଜିଲା ସ୍ତରୀୟ ଏକ ବୈଠକ ରାଜ୍ୟ ମହାସଚିବ ଡ. କରୁଣାକର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ଥିବା ଶିଶୁ ବିଦ୍ୟାମନ୍ଦିରରେ ସଂପାଦକ ମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ପ୍ରତି ଜିଲାରେ ୨ଟି ଆଦର୍ଶ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପାଣିପାଗ ସୂଚନା କେନ୍ତ୍ର ସ୍ଥାପନ , ଗୁଣାତ୍ମକ ଶିକ୍ଷାର ପ୍ରସାର ପାଇଁ ଇ -ଏଜୁକେସନ୍ ପ୍ରଚଳନ, କୃତ୍ରିମ ଅଂଗ ପ୍ରତିଷ୍ଠା, ଯୋଗ କେନ୍ତ୍ର ଗୁଡିକୁ ଅଧିକ ସାଧନ ଯୋଗାଇବା, ଏ ପ୍ରକାର ବିଦ୍ୟାଳୟକୁ ଗ୍ରାଣ୍ଟ-ଇନ୍-ଏଡ୍ ଯୋଗାଇବା, ମଧ୍ୟାହ୍ନ ଭୋଜନ ବଦଳରେ ଶିକ୍ଷା ଉପକରଣ ଯୋଗାଇବା, ପ୍ରତି ଗ୍ରାମରେ ଉତ୍କଳ ଜନନୀ ପୂଜନ କମିଟି ଗଠନ କରିବା ଓ ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ଅଧିକ ମାନ୍ୟତା ପ୍ରଦାନ କରିବା ଇତ୍ୟାଦି ଲାଗି ରାଜ୍ୟ ସରକାରଙ୍କୁ ନିବେଦନ କରିବା ନିମନ୍ତେ ଆଜିର ବୈଠକରେ ଆଲୋଚନା ହୋଇଛି । ଆସନ୍ତା ଜାନୁଆରୀ ୧୪ ତାରିଖରେ ବିଗତ ବର୍ଷଭଳି ରାଜ୍ୟ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ତରୀୟ ସମ୍ମିଳନୀରେ ଯୋଗ ଦେବା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଛି । ତାଙ୍କ ସହିତ ଜିଲାପ୍ରଭାରୀ ଦେବେନ୍ଦ୍ର ମହାଳିକ, ଜିଲା ସଂଯୋଜକ ରବିନାରାୟଣ ପାତ୍ର, ଅନନ୍ତ କୁମାର ଦାସ ପ୍ରମୁଖ ଉକ୍ତ ବୈଠକରେ “ରଥ ପାଇଁ ଗଛଟିଏ” ର ଆବଶ୍ୟକତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ରିପୋର୍ଟ : ଭୂପତି କୁମାର ପରିଡା