ପୋଲସରାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ବିଧାୟକ ଶ୍ରୀକାନ୍ତ ସାହୁ ଉଦବୋଧନ ଦେଉଛନ୍ତି 

ଛତ୍ରପୁର – ବିଜେଡି ଦଳର ନିର୍ଦେଶ କ୍ରମେ ଗତ ଗାନ୍ଧୀଜୟନ୍ତିରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ସବୁ ନିର୍ବାଚନ ମଣ୍ଡଳୀରେ ଚାଲିଥିବାବେଳେ ପୋଲସରାରେ ମଧ୍ୟ ବିଧାୟକ ଶ୍ରୀକାନ୍ତ ସାହୁ ଜନସମ୍ପର୍କ ପଦଯାତ୍ରା ଖୁବ ଜୋର ସୋରରେ ଚଳେଇଥିବା ଖବର ମିଳିଛି । ପୋଲସରା ବ୍ଳକର ବିଭିନ୍ନ ଗ୍ରାମ କୁ ଗ୍ରାମ ବୁଲି ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ସାଧାରଣ ସଭା କରି ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଉଥିବା ଖବର ମିଳିଛି।ଗତକାଲି ପୋଲସରା ବ୍ଲକ ଅନ୍ତର୍ଗତ କେନ୍ଦୁବାଡି, ଗରେଇ ଝୁଳି ଓ ହାତୀପାଦ ପଲ୍ଲୀ ଗ୍ରାମରେ ଜନ ସମ୍ପର୍କ ପଦଯାତ୍ରା ଓ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ଉଦଘାଟନ କରିଥିଲେ ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ପୋଲସରା ବ୍ଲକ ଅଧ୍ୟକ୍ଷ, ଉପାଦକ୍ଷା, ସମସ୍ତ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ଜନସାଧାରଣ ଏଥିରେ ବହୁସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ, ବିଶେଷ କରି ବହୁ ସଂଖ୍ୟାରେ ମହିଳାମାନେ ଯୋଗ ଦେଇଥିଲେ ।

One thought on “ପୋଲସରାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

Comments are closed.