ପୋଟ୍ଟଲାମପୁର ପଞ୍ଚାୟତସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ…

ଛତ୍ରପୁର(ସମୃଦ୍ଧ ଓଡିଶା)ଆଗକୁ ସାଧାରଣ ନିର୍ବାଚନ ଯେତେ ନିକଟତର ହୋଇ ଆସୁଛି । ସେତିକ ସବୁ ରାଜନୈତିକ ଦଳ ର ଉଷ୍ମତା ବଢୁଛୁ । ଜିଲ୍ଲାର ସଦରମହକୁମା ଛତ୍ରପୁର ନିର୍ବାଚନ ମଣ୍ଡଳୀରେ  ଆଜି  ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ତାର ଶକ୍ତି ପ୍ରଦର୍ଶନ କରିବା ସହ  ଛତ୍ରପୁର ବ୍ଲକ ପୋଟ୍ଟଲାମପୁର ପଞ୍ଚାୟତସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ  ହଂସପୁର ଗ୍ରାମରେ କଂଗ୍ରେସ ଓବିସି ସେଲ୍ର ସଭାପତି ତଥା ଜିଲ୍ଲା କଂଗ୍ରେସର ଉପସଭାପତି ସିଏଚ୍.ତ୍ରିଲୋଚନ ରେଡ୍ଡିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସ ଜିଲ୍ଲା କମିଟିର ସଭାପତି ତ୍ରିନାଥ ବେହେରା ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ଉପରେ ତୀବ୍ର ସମାଲୋଚନା କରିଥିବା ସହ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନକୁ ମଜବୁତ୍ କରିବା ପାଇଁ ଆହ୍ୱାନ ଦେଇଥିଲେ । ପିସିସି ସଂପାଦକ ଭୋକାଲୀ ସେଠୀ ଯୋଗଦେଇ ପଞ୍ଚାୟତ ସ୍ତରରୁ ଦଳୀୟ ସଂଗଠନକ ସଦୃଢ କରାଗଲେ ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ଉତ୍ତମ ସଫଳତା ପାଇପାରିବ ବୋଲି କହିଥିଲେ । ଜିଲ୍ଲା ମହିଳା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ କେନ୍ଦ୍ର ଓ ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଦେବା ବଦଳରେ ଦିନକୁ ଦିନ ମହିଳାମାନେ ଅଧିକାରୁ ଅଧିକା ନିର୍ଯ୍ୟାତନ ହେବାକୁ ପଡୁଛି । ଏଣୁ ଆସନ୍ତା ନିର୍ବାଚନରେ ଏଥର ଆମକୁ ଉଚିତ୍ ଜବାବ ଦେବାର ରହିଛି ବୋଲି ଉପସ୍ଥିତ ମହିଳା କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧୯ ନମ୍ବର ଜୋନ୍ ସଭାପତି ସୁଦାମ ପୁରୋହିତ, ୨୦ନମ୍ବର ଜୋନ୍ ସଭାପତି ଜି.ଏରେୟା, ୨୧ ନମ୍ବର ଜୋନ୍ ସଭାପତି ଦେବରାଜ ପାତ୍ର, ଭାଗିରଥୀ ବେହେରା, ଯଜ୍ଞଶ୍ୱେର ଶତପଥୀ, ରମ୍ଭା ନଗର ସଭାପତି ବିପ୍ର ପ୍ରଧାନ, ବି.ତାରିଣୀ ରେଡ୍ଡି, ଏମ୍.ହାଡୁ ରେଡ୍ଡିଙ୍କ ୫ ଶହରୁ ଅଧିକା ମହିଳା ଓ ପୁରୁଷ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ପୋଟଲାମପୁର ପଞ୍ଚାୟତର ଗଣପତି ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ କଂଗ୍ରେସ ଜିଲ୍ଲା ସଂପାଦକ ସୁରେନ୍ଦ୍ର ସେଠୀ ସଂଯୋଜନା କରିଥିଲେ । ଏହି ଅବସରରେ କଂଗ୍ରେସ ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ପୋଟଲାମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ନାହାକଙ୍କ ସମେତ କବିରାଜ ବିଶ୍ୱାଳ, କାଶିନାଥ ନାହାକ, ରଙ୍କ ନାହାକ, ରବି ମହାପାତ୍ର, ନବଘନ ନାହାକ, ରାଜେନ୍ଦ୍ର ମହାପାତ୍ର, କବିରାଜ ପଲେଇ ପ୍ରମୁଖ ଦଳରେ ସାମିଲ ହୋଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା