ପୋଖରୀ ହୁଡାରେ ଖେଳୁଖେଳୁ ପାଣିରେ ବୁଡିଗଲେ ୩ ଭଉଣୀ : ୨ଉଦ୍ଧାର,୧ମୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦିନ ଦ୍ୱିପ୍ରହରରେ ପୋଖରୀ ହୁଡାରେ ଖେଳୁ ଖେଳୁ ୩ ସମ୍ପକୀୟ ଭଉଣି ଗାଧୋଇବା ଲାଗି ପୋଖରୀକୁ ଓହ୍ଲାଇଥିଲେ । କିନ୍ତୁ ୨ ଭଉଣୀ ବୁଡିଯାଉଥିବା ବେଳେ ଗାଁର ଜନୈକ ବ୍ୟକ୍ତ ସେମାନଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ୩ୟ ଝିଅଟି ବୁଡିଯାଇଥିବା ସଂପର୍କରେ ସେ ଜାଣିନପାରିବାରୁ ତାର ଶବ ଉଦ୍ଧାର ହେବାପରେ ଜଳେଶ୍ୱର ବ୍ଲକର ପାଇକସିଦା ପଂଚାୟତର କେଶପୁରା ଗାଁରେ ଶୋକର ଛାୟା ଖେଳାଇ ଯାଇଛି । ଘଟଣାରୁ ପ୍ରକାଶ ଶନିବାର ମଧ୍ୟାହ୍ନରେ କେଶପୁରା ଗାଁର ତରୁଣ ଦଳେଇଙ୍କ ଝିଅ ଖୁସି (୪), ବାପି ଦଳେଇର ଝିଅ ଦିପି (୬) ଓ ସୁକାନ୍ତ ଦଳେଇର ଝିଅ ମଧୁସ୍ମିତା (୬) ନିକଟସ୍ଥ ପୋଖରୀ ହୁଡାରେ ଖେଳୁଥିଲେ ସେମାନେ ପାଣିରେ ପଶିବା ଫଳରେ ବୁଡି ଯାଉଥିବାର ଦେଖି ରବିନ୍ଦ୍ର ଦଳେଇ ୨ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୩ୟ ପିଲାର ସନ୍ଧାନ ପାଇପାରିନଥିଲେ । ପରେ ମଧୁସ୍ମିତାକୁ ଉଦ୍ଧାର କରି ଜଳେଶ୍ୱର ଜିକେଭଟ୍ଟର ହସ୍‌ପିଟାଲକୁ ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଫଳରେ ଶୋକର ଛାୟା ଖେଳାଇ ଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା