ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ପରିବାରଙ୍କୁ ବିଧାୟିକାଙ୍କ ସହାୟତା…

କୋଦଳା (ସମୃଦ୍ଧ ଓଡିଶା) ବେଗୁନିଆପଡା ବ୍ଳକ ଅନ୍ତର୍ଗତ କୋଦଳା ଠାରେ ଗତକାଲି ପୋଖରୀରେ ବୁଡି ଜଣେ ୬୪ ବର୍ଷୀୟ ବୃଦ୍ଧ ମୃତ୍ୟୁ ବରଣ କରିଥିଲେ । ଖବର ପାଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ଆର୍ଥିକ ସହାୟତା ଦେବା ସହ ପରିବାରକୁ ସମବେଦନା ଜଣାଇଥିଲେ । ପ୍ରାପ୍ତ ସୂଚନା ଅନୁଯାଇ ଗତକାଲି ବ୍ୟକ୍ତି ଜଣକ ପୋଖରୀକୁ ଗାଧେଇବାକୁ ଯାଇ ଘରକୁ ଫେରି ନ ଥିଲେ । ଫେରିବାରେ ଡେରି ହେବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ତେବେ ପୋଖରୀରେ ସେ ବ୍ୟକ୍ତିର ଶରୀର ଭାସୁଥିବା ଖବର ପାଇ ପରିବାର ଲୋକେ ଉଦ୍ଧାର କରି ମେଡିକାଲ ନେଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ବିଧାୟିକା ଲତିକା ଜାଣିବାକୁ ପାଇଁ ଉକ୍ତ ପରିବାରକୁ ସହାୟତାର ହାତ ବଢ଼ାଇଥିଲେ ।

ରିପୋର୍ଟ : ହରପ୍ରସାଦ ବିଷୋୟୀ