ପେଟ ଦେଖାଇ ପଡିଥିବା ସୁବର୍ଣ୍ଣରେଖା ଏବେ ଫୁଲୁଛି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଧାରା ଶ୍ରାବଣ ଶେଷ ହୋଇଥିଲେ ମଧ୍ୟ ବର୍ଷା ଅଭାବରୁ ସୁବର୍ଣ୍ଣରେଖା ନଦୀ ଶୁଖିଲା ପଡିଥିଲା । ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଥିବାରୁ ଆଜି ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଥିବାର ଲକ୍ଷ କରାଯାଇଛି । ଉପର ମୁଣ୍ଡରେ ବର୍ଷା ଲାଗିଥିବାରୁ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସୁବର୍ଣ୍ଣରେଖାରେ ବନ୍ୟା ଦେଖା ଦେବାର ସମ୍ଭାବନା ରହିଛି । ଚଳିତବର୍ଷ ଜୁନ୍ ଓ ଜୁଲାଇ ମାସରେ ଆବଶ୍ୟକ ବର୍ଷାଠାରୁ ବହୁ କମ୍ ବର୍ଷା ହୋଇଥିବାରୁ ଚାଷକାମ ଆଗେଇ ପାରିନଥିଲା । ଗତ ୨ ଦିନ ଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ଶେଷ ଅବସ୍ଥାରେ ପହଞ୍ଚିଥିବାରୁ ସୁବର୍ଣ୍ଣରେଖା ଫୁଲିବାରେ ଶାଗିଛି । ସୁବର୍ଣ୍ଣରେଖାର ରାଜଘାଟ ରେଳପୋଲଠାରେ ଥିବା କେନ୍ଦ୍ର ସରକାରଙ୍କ ସିଡବ୍ଲୁସି କାର୍ଯ୍ୟାଳୟଠାରେ ଆଜି ସଂଧ୍ୟାରେ ୭.୮୦ ମିଟର ରେ ଜଳ ପ୍ରବାହିତ ହେଉଥିବା ବେଳେ ପ୍ରତିଘଣ୍ଟାକୁ ୩ ସେଣ୍ଟିମିଟର ପାଣି ବଢିବାରେ ଲାଗିଛି । ସେଠାରେ ସତର୍କସ୍ତର ୯.୪୫ ଥିବା ବେଳେ ବିପଦ ସଂକେତ ୧୦.୩୬ ମିଟର ରହିଛି । ସୁବର୍ଣ୍ଣରେଖଶ ନଦୀର ଉପର ମୁଣ୍ଡ ପଶ୍ଚିମବଙ୍ଗ ଓ ଝାଡଖଣ୍ଡରେ ବର୍ଷା ଲାଗି ରହିଥିବାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟାପରିସ୍ଥିତ ସୃଷ୍ଟି ହେବାର ଆସଙ୍କା ରହିଛି ।