ପୂର୍ବତନ ବିଜେଡ଼ି ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଗୌଡ଼ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ରକ୍ତ ଦାନ ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ ପୌରାଞ୍ଚଳ ହିଞ୍ଜିଳି ସରକାରୀ ୟୁ ପି ସ୍କୁଲ୍ ରେ ପୂର୍ବତନ ବିଜେଡ଼ି ସାଧାରଣ ସମ୍ପାଦକ ସ୍ବର୍ଗତ ପୁର୍ଣ୍ଣ ଚନ୍ଦ୍ର ଗୌଡ଼ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବହୁମାତ୍ରାରେ ଯୁବପିଢୀ ରକ୍ତ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି l ଏବଂ ହିଞ୍ଜିଳିକାଟୁ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ l ଜୀବନବିନ୍ଦୁ ରକ୍ତଦାନ ଅନୁଷ୍ଠାନର କର୍ମଚାରୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିବା ସହ ସମସ୍ତ କାର୍ଯ୍ଯ ଠିକ୍ ତୁଲାଇଥିଲେ l ୧. ୩୦ସୁଦ୍ଧା ୧୦୫ଜଣ ରକ୍ତ ଦାନ କରିଥିବାବେଳେ ୭୨ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ସୁଚନା ମିଳିଛି l ଏଥିରେ ବିଜୁ ଜନତା ଦଳର କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଗ୍ରିଟ ଅଧକ୍ଷ ପବିତ୍ର ପାଣିଗ୍ରାହୀ, ରାଜ୍ଯ ବିଜେଡ଼ି ସମ୍ପାଦକ ଶିବରାମ ଗୌଡ଼, ଆସିକା ସାଂସଦ ଙ୍କ ବ୍ୟକ୍ତିଗତ ସଚିବ ନୀଳମଣି ପଟ୍ଟନାୟକ, ଜିଲ୍ଲା ସଂପାଦକ ଅଜୟ କୁମାର ମହାରଣା, ନଗର ଯୁବ ବିଜେଡ଼ି ସଭାପତି ସଞ୍ଜୟ ପଣ୍ଡା, ହିଞ୍ଜିଳିକାଟୁ ବ୍ଲକ୍ ବିଜେଡ଼ି ସାଧାରଣ ସମ୍ପାଦକ ଶିବଶଙ୍କର ନାୟକ, ଯୁବ ସମାଜ ସେବୀ ଲାଚ୍ଛିଆ ନଦୀ ଏବଂ ବହୁ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ l
ରିପୋର୍ଟ୍:ହିଞ୍ଜିଳିକାଟୁ ରୁ ରଜତ ପଟ୍ଟନାୟକ