ପୂର୍ବତନ ଛତ୍ରପୁର ବିଧାୟକ ପର୍ଶୁରାମ ପଣ୍ଡାଙ୍କ ପରଲୋକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରର ପୂର୍ବତନ ବିଧାୟକ ପର୍ଶୁରାମ ପଣ୍ଡାଙ୍କ ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ହେଲା ଚିକିତ୍ସାଧୀନ ଥିଲେ । ଗତକାଲି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଚିକଲଖଣ୍ଡି ପଞ୍ଚାୟତ ପୁରୁଣାପାଟଣା ଗାଁ ବାସଭବନରେ ବ୍ରେନ ହମରେଜ କାରଣରୁ ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ୧୯୩୪ ସେପ୍ଟେମ୍ବର ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।୧୯୯୦ ମାର୍ଚ୍ଚ ୩ ତାରିଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରୁ ଛତ୍ରପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ବିଧାୟକ ଥିଲେ । ଏଥିସହ ଚିକଲଖଣ୍ଡି ପଞ୍ଚାୟତରୁ ୩ ଥର ସରପଞ୍ଚ ହୋଇଥିଲେ । ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ପାତ୍ର, ରାଜ୍ୟ ସଂପାଦକ ମଣ୍ଡଳୀର ସଦସ୍ୟ ପ୍ରଶାନ୍ତ କୁମାର ପାଟ୍ଟଯୋଶୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀହର୍ଷ ରଥ ଓ ଗୋକୁଳ ଚନ୍ଦ୍ର ପଣ୍ଡା, ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ଷିଆନ କମ୍ୟୁନିଷ୍ଟ ନେତା ଇରୁଷ ଅଚାରୀ, ଏସ. କ୍ରିଷ୍ନା ରେଡ୍ଡୀ, ବୃନ୍ଦାବନ ପଲେଇ, ସିଏଚ. ଜନାର୍ଦ୍ଦନ ରେଡ୍ଡୀ, ଡି. ଆଦିନାରାୟଣ ରେଡ୍ଡୀ, ଏସ. କାନ୍ତେୟା ରେଡ୍ଡୀ, ସିକନ୍ଦର ଖାନ, ନବୀନ ମହାନ୍ତି, ରୀଜବ ଲୋଚନ ପଣ୍ଡା, ବୈରାଗୀ ରେଡ୍ଡୀ, କେଶବ ନାହାକ, ଡି. ଜଗନ୍ନାଥ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପୂର୍ଣ୍ଣଚନ୍ଦ୍ର ବେହେରା, କୈଳାଶ ପଲେଇ, ଶିକ୍ଷକ ମହାସଂଘର ନେତା ଅଶୋକ ପଲେଇଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ଏବଂ ଛତ୍ରପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳର ନେତା ତାଙ୍କ ବାସ ଭବନକୁ ଆସି ଶେଷ ଦର୍ଶନ କରିଥିଲେ । ସେହିପରି ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ, ପୂର୍ବତନ ବିଧାୟକ ତଥା ସିପିଆଇ ପାର୍ଟି ରାଜ୍ୟ ସଂପାଦକ ମଣ୍ଡଳୀର ସଦସ୍ୟ ଏନ. ନାରାୟଣ ରେଡ୍ଡୀ, ବିଜେପି ରାଜ୍ୟ ହରିଜନ ମୋର୍ଚ୍ଚା ସାଧାରଣ ସଂପାଦକ ଧରଣୀଧର ବେହେରା, ବ୍ରହ୍ମପୁର ସାଂସଦ ପ୍ରତିନିଧି ଲକ୍ଷ୍ମୀ ଚରଣ ପାଢ଼ୀ ପ୍ରମୁଖ ସ୍ୱର୍ଗତ ପଣ୍ଡାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଶୋକକୁଳ ପରିବାରକୁ ସମବେଦନା ଜଣାଇଥିଲେ । ସ୍ୱର୍ଗତ ପଣ୍ଡାଙ୍କ ମରଶରୀରକୁ ଦଳୀୟ ପତାକା ଢାଙ୍କି ଏକ ବିଶାଳ ଶୋଭାଯାତ୍ରାରେ ଗାଁ ଶ୍ମଶାନକୁ ନିଆଯାଇ ସତ୍କାର କରାଯାଇଥିଲା । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା