ପୂର୍ବତନ କାଉନସିଲର ଓ କର୍ପୋରେଟର ସଂଘ ପକ୍ଷରୁ ନୂତନ ବିଧାୟକ ଓ ସାଂସଦଙ୍କୁ ସମ୍ବର୍ଦ୍ଧନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରର ଗିରି ମାର୍କେଟ୍ ସ୍ଥିତ ପ୍ରକାଶମ ହଲ ଠାରେ ପୂର୍ବତନ କାଉନସିଲର ଓ କର୍ପୋରେଟର ସଂଘ ପକ୍ଷରୁ ନୂତନ ବିଧାୟକ ଓ ସାଂସଦଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସଭାରେ ଯୁବ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥି ସହିତ ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାଷ ମହାରଣା, ଭଗବାନ ଗନ୍ତାୟତ ଇତ୍ୟାଦି ଯୋଗ ଦେଇଥିଲେ । କୌଣସି ଅସୁବିଧା କାରଣରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଗୋପାଳପୁର ବିଧାୟକ ଡାକ୍ତର ପ୍ରଦୀପ ପାଣିଗ୍ରାହି ଆସିପାରି ନଥିଲେ । ଏହି ସଭାରେ ସମସ୍ତ ପୂର୍ବତନ କାଉନସିଲର ଓ କର୍ପୋରେଟର ଉପସ୍ଥିତ ଥିଲେ । ପୂର୍ବତନ ମେୟର ଜ୍ୟୋତ୍ସା ନାୟକ ମଧ୍ୟ ଉପସ୍ଥିତ ଥିଲେ । ଏହି ସଭାରେ ବ୍ରହ୍ମପୁର ମହାନଗର ନିଗମର ସର୍ବାଙ୍ଗୀନ ଉନ୍ନତି ମୁଖ୍ୟ ପ୍ରସଙ୍ଗ ଥିଲା ।ସାଂସଦ ତାଙ୍କ ଅଭିଭାଷଣରେ ସମସ୍ତଙ୍କୁ ସମ୍ମାନିତ କରିଥିଲେ ଏବଂ ରାସ୍ତାଘାଟ ମରାମତି ଓ ପାଣି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ । ଯୁବ ବିଧାୟକ ବିକ୍ରମ କୁମାର ପଣ୍ଡା ବ୍ରହ୍ମପୁରର ସର୍ବାଙ୍ଗୀନ ଉନ୍ନତି ଓ ବ୍ରହ୍ମପୁର ସହରକୁ ସାରା ରାଜ୍ୟରେ ଏକ ନମ୍ବର କରିବା ପାଇଁ ସଙ୍କଳ୍ପ ବଦ୍ଧ କରିଥିଲେ । ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିସ୍ରୁତି ଦେଇଥିଲେ । ଇତି ମଧ୍ୟରେ ସଭା ସମାପ୍ତ ହୋଇଥିଲା । ବଡ ଆଡମ୍ବର ସହ ସଭା କାର୍ଯ୍ୟ କରାଯାଇଥଲା ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ