ପୂର୍ବଖଣ୍ଡ ଓ ଦକ୍ଷିଣ ତାଳୁକା ଶୌଣ୍ଢିକ ସମାଜର ବାର୍ଷିକ ବନ୍ଧୁ ମିଳନ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ପୌର ପରିଷଦର ନେତାଜୀ କଲ୍ୟାଣ ମଣ୍ଡପ ଠାରେ ୧୭ ତାରିଖ ରବିବାର ଦିନ ରଞ୍ଜନ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ସରଦୁର୍ଗ ଓ ଦକ୍ଷିଣ ଖାଲସା ତ୍ରୟ ତାଳୁକା ଶୌଣ୍ଢିକ ସମାଜର ବାର୍ଷିକ ବନ୍ଧୁ ମିଳନ ଅନୁଷ୍ଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଆରମ୍ଭ ରେ ସ୍ୱର୍ଗତ ସୁରେନ୍ଦ୍ର ସାହୁ ଙ୍କ ବିୟୋଗରେ ଶୋକପ୍ରାର୍ଥନା କରିବା ସହ ସ୍ୱର୍ଗତ ସୁରେନ୍ଦ୍ର ସାହୁ ଙ୍କ ଫୋଟ ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଶୌଣ୍ଢିକ ସମାଜ ର ସଭାପତି ନିରଞ୍ଜନ ସାହୁ ଯୋଗ ଦେଇଥିବାବେଳେ ସମ୍ମାନନୀୟ ଅତିଥି ରୂପେ ଶୁକ୍ଲାମ୍ବର ସାହୁ ଯୋଗ ଦେଇଥିଲେ ଏବଂ ମୁଖ୍ୟ ବକ୍ତା ଭାବେ ଏଡଭୋକେଟ ନିର୍ମଳ କୁମାର ସାହୁ ଯୋଗ ଦେଇଥିଲେ l ଏଥିରେ ମୁଖ୍ୟ ଅତିଥି ବୁଝାଇଥିଲେ ଆମ ସମାଜର ଯୁବପିଢୀ କିପରି ଆମ ରୀତିନୀତି ଅନୁସାରେ ବିବାହ କରିବେ ଓ ସମାଜ କୁ ମାନି ଚଳିବେ ଏହିପରି ବହୁ ଆଲୋଚନା କରିଥିଲେ l ଅପରପକ୍ଷରେ ମୁଖ୍ୟ ବକ୍ତା କହିଥିଲେ ଯେ ଆମ ଶୌଣ୍ଡିକ ପରିବାର ମଧ୍ୟବିତ ପରିବାର ତେଣୁ ସମସ୍ତ ପରିବାର କିପରି ଆର୍ଥିକ ସହାୟତା ପାଇବେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ପ୍ରଥମ କରି ମହିଳା ମାନେ ଯୋଗ ଦେଇଥିଲେ ଏବଂ ୫୦୦ସହରୁ ୬୦୦ଶହ ସଦସ୍ୟ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ରଞ୍ଜନ କୁମାର ସାହୁ ଙ୍କୁ ହିଞ୍ଜିଳିକାଟୁ ମଣ୍ଡଳ ସଭାପତି ରୁପେ ଘୋଷଣା କରାଯାଇଥିଲା l ଶେଷରେ ରବିନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ ପ୍ରସ୍ତାବ ଦେଇଥିଲେ l

ରିପୋର୍ଟ୍ : ରଜତ ପଟ୍ଟନାୟକ